Latest Odisha News

BREAKING NEWS

ରାଜଧାନୀରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ମୋଟ ୨୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ରାଜଧାନୀର ଅଛନ୍ତି ୩୮ ଜଣ ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ, ଏହି ୩୮ ଜଣଙ୍କ ମଧ୍ୟରୁ ୨୫ ଜଣ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ।

ହୋମ କ୍ୱାରେଣ୍ଟାଇନରେ ଥିବା ଏହି ୨୫ ଜଣଙ୍କ ମଧ୍ୟରୁ ଜୟଦେବ ବିହାର ହୋଟେଲ ମେ ଫେୟାର ଅଂଚଳର ୫ ଜଣ ଅଛନ୍ତି । ଏମାନଙ୍କ ମଧ୍ୟରେ ବର୍ଷକର ଶିଶୁ ଦୁଇଜଣ ଅଛନ୍ତି । ଏମାନେ ମୁମ୍ବାଇରୁ ଫେରିଥିବା ଜଣେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିପରି ମଞ୍ଚେଶ୍ୱର ଅଂଚଳର ୧୬ ଜଣ, ୟୁନିଟ୍ ୮ର ଦୁଇ ଜଣ, ୟୁନିଟ୍ -୬ରୁ ଜଣେ ଓ ଅନ୍ୟ ଜଣେ ପେଡ୍ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ଶିରିପୁରର ୪ ଜଣ, ଏକ ଘରୋଇ ହସ୍ପିଟାଲର ୬ ଜଣ, ଚକେଇସିହାଣୀର, ଭିଏସ୍‌ଏସ୍ ନଗର ଓ ମଞ୍ଚେଶ୍ୱରରର ଜଣେ ଲେଖାଏଁ ଚିହ୍ମଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଭୁବନେଶ୍ୱରର ଆଜି ୧୪ ଜଣେ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.