Latest Odisha News

ଦିଲ୍ଲୀ, ମହାରାଷ୍ଟ୍ରରେ ପ୍ରଥମଥର ଲାଗି ପରୀକ୍ଷା ମୂଳକ ଭାବେ ଉପଲବ୍ଧ ହେବ କୋଭିଡ଼-୧୯ ଔଷଧ !

ନୂଆଦିଲ୍ଲୀ: ଦେଶର ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ମହାମାରୀ ପରିସ୍ଥିତି ଚିନ୍ତାଜନକ । ଏପରି ପରିସ୍ଥିତିରେ ପାଞ୍ଚଟି ରାଜ୍ୟ ମଧ୍ୟରୁ ପ୍ରଥମଥର ଲାଗି ଏହି ଦୁଇଟି ରାଜ୍ୟରେ ପରୀକ୍ଷା ମୂଳକଭାବେ ୨୦,୦୦୦ ଭାୟାଲ କରୋନା -୧୯ ଔଷଧ ରେମଡ଼େସିଭିର ପହଞ୍ଚିବ ।

ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦର ଔଷଧ ନିର୍ମାତା କମ୍ପାନୀ ହେଟେରୋ ନିକଟରେ ଏହି ଔଷଧର ବିକ୍ରୟ ଓ ବିତରଣ ଲାଗି ଅନୁମୋଦନ ରହିଛି । ସେହିପରି ଭାବେ କୋଭିଫର୍ ବ୍ରାଣ୍ଡରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ବ୍ୟତୀତ ଗୁଜରାଟ ଓ ତାମିଲନାଡୁରେ ମଧ୍ୟ ପ୍ରଥମକରି ଏହି ଔଷଧ ଉପଲବ୍ଧ ହେବାକୁ ଯାଉଛି ।

ଏନେଇ ଏନଡ଼ିଟିିିଭି ରିପୋର୍ଟ ପ୍ରକାଶ କରିଛି ଯେ, ଏହି ଔଷଧ କମ୍ପାନୀର କହିବାନୁଯାୟୀ ୧୦୦ ମିଲିଗ୍ରାମ ଭାୟାଲ୍ ଔଷଧର ମୂଲ୍ୟ ୫,୪୦୦ ଟଙ୍କା ରହିଛି । ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଏହି କମ୍ପାନୀ ୧ ଲକ୍ଷରୁ ଅଧିକ ଭାୟାଲ୍ ଔଷଧ ପ୍ରସ୍ତୁତ କରିବାକୁ ଯାଉଛି ।

ଏହି ୫ଟି ରାଜ୍ୟ ପରେ ଏହା କୋଲକାତା, ଇନ୍ଦୋର, ଭୋପାଳ, ଲକନଉ, ପାଟଣା, ଭୁବନେଶ୍ୱର, ରାଂଚି, ବିଜୟୱାଡ଼ା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆରେ ଉପଲବ୍ଧ ହେବ ।

ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଔଷଧ କେବଳ ହସ୍ପିଟାଲ ଏବଂ ସରକାରୀ ଆଉଟଲେଟରେ ଉପଲବ୍ଧ ହେବ । ଏହାର ରିଟେଲିଂ ହେବନାହିଁ । ହେଟେରୋ ଗ୍ରୁପ ଅଫ କମ୍ପାନୀର ଏମଡ଼ି ଭାମସୀ କ୍ରିଷ୍ଣା ବନ୍ଦି ଏହି ସୂଚନା ଦେଇଥିବା ନେଇ ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.