Latest Odisha News

BREAKING NEWS

ଭୁବନେଶ୍ବରରୁ ୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଏହା ଉପରେ କଡ଼ା ନଜର ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଖୋର୍ଦ୍ଧାରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହି ୪୦ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୮ ଜଣ ପଜିଟିଭ୍ ।

ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୩ ଓ ଲୋକାଲ କେସ୍ ୨୫ ରହିଛି । ତେବେ ନୟାପଲ୍ଲୀରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ, ଓଲ୍ଡ ଟାଉନ୍, ଝାରପଡ଼ା, ଲକ୍ଷ୍ମୀସାଗର, ସହିଦନଗରରୁ ୩ ଜଣ ଲେଖାଏଁ ସଂକ୍ରମିତ ଅଛନ୍ତି । ଭୁବନେଶ୍ବରରୁ ଏପର୍ଯ୍ୟନ୍ତ ମୋଟ ୩୨ ହଜାର ୬୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆକ୍ଟିଭ କେସ୍ ରହିଛି ୪୨୭ । ସେହିପରି ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୩୧ ହଜାର ୯୫୮ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.