Latest Odisha News

ରାଜ୍ୟରେ ଲାଗୁ ହେବନି ଦିନ କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟରେ ଲାଗୁ ହେବନି ଦିନ କର୍ଫ୍ୟୁ । ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି । ତେଣୁ ଦିନ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ରାଜ୍ୟ ସରକାର ଦିନ ବେଳା କର୍ଫ୍ୟୁ ଲାଗୁ କରିପାରନ୍ତି ବୋଲି କହିଥିଲେ । ଏହାର ସ୍ପଷ୍ଟୀକରଣ ଦେଇ ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ରାଜ୍ୟରେ ଦିନ କର୍ଫ୍ୟୁର ଆବଶ୍ୟକତା ନାହିଁ । ସମସ୍ତ କୋଭିଡ ନିୟମ ମାନନ୍ତୁ ବୋଲି କହିଛନ୍ତି ଏସଆରସି ।

ଅନ୍ୟପଟେ ଆସନ୍ତାକାଲିଠୁ ରାଜ୍ୟର ୧୦ଟି ଜିଲ୍ଲାରେ ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ନାଇଟ କର୍ଫ୍ୟୁରେ ସମସ୍ତ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି । ସେହିପରି ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ଦିଆଯିବ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.