କୋଲକାତା: ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତିଙ୍କ ବୟାନ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଦେଇଛି । ସେ କହିଛନ୍ତି ଏବ ତୃଣମୂଳ କଂଗ୍ରେସର ୩୮ ବିଧାୟକ ଆମ ସମ୍ପର୍କରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ସିଧାସଳଖ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି । କୋଲକାତାରେ ଏଥର ବିଜେପି ଖେଳ କରିବ ବୋଲି ଆଲୋଚନା ଜୋର ଧରିଛି । ମିଥୁନ କହିଛନ୍ତି ୨୦୨୧ ବିଧାନସଭା ନିର୍ବାଚନ ଟିଏମସି ଜୋର ଜବରଦସ୍ତ ଜିତିଥିଲା । ଯଦି ଲୋକମାନେ ଟିଏମସି ଓ ମମତା ବାନାର୍ଜୀଙ୍କୁ ଭଲ ପାଇ ଭୋଟ ଦେଉଥିଲେ ତାହାହେଲେ ସେମାନଙ୍କ ଗୁଣ୍ଡା କାହିଁକି ଧମକ ଦେଉଥିଲେ । ପିଏମ ନରେନ୍ଦ୍ର ମୋଦି କିମ୍ବା ବିଜେପି ସପକ୍ଷରେ ଭୋଟ ଦେଲେ ବେକ, ହାତ କାଟିଦେବୁ ବୋଲି କାହିଁକି କହୁଥିଲେ? ପ୍ରେମର ଶକ୍ତି ତ ପରମାଣୁ ବୋମାଠାରୁ ଅଧିକ ତାହାହେଲେ ଏତେ ଡର କଣ ପାଇଁ ? ଯଦି ରାଜ୍ୟରେ ନିଷ୍ପକ୍ଷ ନିର୍ବାଚନ କରାଯିବ ତାହାହେଲେ ଦିଦିଙ୍କ ସରକାର ଚାଲିଯିବ । ଆଉ ଆପଣମାନେ ଭଲ କରି ଜାଣିଛନ୍ତି ଏହା ହେବା ମାନେ ବିଜେପି କ୍ଷମତାକୁ ଆସିବ । ଅପରପକ୍ଷରେ ଟିଏମସି ମିଥୁନଙ୍କ ବୟାନକୁ ପାଗଳାମି ବୋଲି ଆଖ୍ୟା ଦେଇଛି । ଏବେ ତ ଫିଲ୍ମର ସଙ୍ଗୀତ କେବଳ ରିଲିଜ ହୋଇଛି, ଆଗକୁ ଫିଲ୍ମର ରିଲିଜ ହେବ ବୋଲି ମିଥୁନ କହିଛନ୍ତି ।
BREAKING NEWS
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍

Comments are closed.