- ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସହାର୍ ୯୪.୧୨%, ବାଣିଜ୍ୟରେ ପାସହାର ୮୯.୨୦% । ଆଜି ପ୍ରଥମ ପର୍ଯ୍ୟାୟରେ କେବଳ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ରେଜଲ୍ଟ ପ୍ରକାଶ ପାଇଛି । କଳା ବିଭାଗ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ଅଗଷ୍ଟ ମାସ ୮ ତାରିଖରେ ପ୍ରକାଶ ପାଇବ ।
- ଦୀର୍ଘଦିନର ଲୁଚାଛପା ପରେ ଓଡ଼ିଶା ଫେରିଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ସିଧାସଳଖ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଥିଲେ । ଘରେ ପହଞ୍ଚିବା ପରେ ବି ସେଠାରେ କୌଣସି କଥା କହିନଥିଲେ । ସେପଟେ ବାବୁଶାନ୍ଙ୍କ ମାଆ ଅପରାଜିତା ନିଜ ପ୍ରତିକ୍ରିୟା ରଖି ଟିକେ ସମୟ ଦେବାକୁ ଅନୁରୋଧ କରିଛନ୍ତି।
- ରାୟଗଡା କାଶୀପୁରରେ ଝାଡାବାନ୍ତି ମାଡି ଚାଲିଛି । ସ୍ଥିତି ବେଲଗାମ ହୋଇଛି । ଆଜି ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ହଇଜା ଜନିତ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି । ଗତ ଦୁଇ ଦିନ ଧରି ଉଭୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଡାକ୍ତରଖାନାକୁ ନ ଯାଇ ଘରେ ହିଁ ଚିକିତ୍ସିତ ହେଉଥିଲେ । ସେପଟେ ଲୋକଙ୍କୁ ସତର୍କ ଆଉ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।
- ଇଡି ସମ୍ମୁଖରେ ସତ ଓଗାଳିଲେ ଅର୍ପିତା, କହିଲେ ମୋ ଘରକୁ ମିନି ବ୍ୟାଙ୍କ୍ କରି ରଖଥିଲେ ପାର୍ଥ ଚାଟାର୍ଜୀ , ପାର୍ଥ ଚାଟାର୍ଜୀ ତାଙ୍କ ଘରେ ଟଙ୍କା ରଖୁଥିଲେ । ଇଡିର ଏହି ଘଟଣାକୁ ଅର୍ପିତାଙ୍କ ଓକିଲମାନେ ଆଗକୁ ଚ୍ୟାଲେଞ୍ଜ କରିପାରନ୍ତି । ଓକିଲମାନେ କହିଛନ୍ତି ଯେ ଇଡି ଦ୍ୱାରା ଅନୁସନ୍ଧାନର ସବିଶେଷ ତଥ୍ୟ ଗଣମାଧ୍ୟମରୁ ଲିକ୍ ହେଉଛି ।
- ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ଦେଖାଯାଇଛି ମଙ୍କିପକ୍ସର ଲକ୍ଷଣ । ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ବ୍ୟକ୍ତିଙ୍କ ଶରୀରରେ ଚକଡା ଚକଡା ପରି ଚିହ୍ନ ସୃଷ୍ଟି ହେବା ସହ ଜ୍ୱର ରହିଛି । ବ୍ୟକ୍ତିଙ୍କର ରକ୍ତ ନମୂନା ଟେଷ୍ଟ ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜିକୁ ପଠାଯାଇଛି । ତେବେ ଏହାକୁ ମିଶାଇ ଦେଶରେ ଏଯାଏଁ ୪ଜଣଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ସାମନାକୂ ଆସିଛି । ଏହି ଘଟଣା ପରେ ଅନ୍ୟ ସବୁ ରାଜ୍ୟକୁ ଆଲର୍ଟ ରହିବାକୁ କୁହାଯାଇଛି ।
- କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚୁରା ସରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନରେ କଂଗ୍ରେସର ମୁଖ୍ୟଙ୍କୁ ପ୍ରାୟ ତିନି ଘଣ୍ଟା ପଚରା ଉଚୁରା କରିଛନ୍ତି କେନ୍ଦ୍ରୀୟ ଏଜେନ୍ସି। ପରବର୍ତ୍ତୀ ସମନ ଜାରି ନହେବା ପର୍ଯ୍ୟନ୍ତ ତାଙ୍କୁ ଆଉ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ ନାହିଁ। ସୂଚନା ଅନୁଯାୟୀ, ଏଜେନ୍ସି ଏହି ତିନି ଦିନରେ ପ୍ରାୟ ୧୨ ଘଣ୍ଟାରେ ସୋନିଆଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ କରିଛି।
- ରାଜସ୍ଥାନରେ ମୁତୟନ ହୋଇଥିବା ଜଣେ ଯୁବ ଭାରତୀୟ ସେନା ସୈନିକଙ୍କୁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ସୈନିକ ତାଙ୍କ ରେଜିମେଣ୍ଟ ସମ୍ବନ୍ଧୀୟ ‘ଗୁପ୍ତ’ ଶ୍ରେଣୀଭୁକ୍ତ ସୂଚନା ଦୁଇ ଜଣ ମହିଳାଙ୍କ ସହ ବାଣ୍ଟିଛନ୍ତି ଯେଉଁମାନେ ତାଙ୍କୁ ‘ହନିଟ୍ରାପ୍’ରେ ଫସାଇ ଦେଇଥିଲେ ବୋଲି ରାଜସ୍ଥାନର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
- ଶ୍ରୀଲଙ୍କା ପରେ ଭାରତର ଆଉ ଗୋଟିଏ ପଡୋଶୀ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇଗତିକରୁଛି । ମାତ୍ର ୧୬ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ହେଉଛି ବାଂଲାଦେଶ । ବିଶ୍ୱରେ ୪୧ ତମ ସ୍ଥାନରେ ରହିଛି ବାଂଲାଦେଶର ଅର୍ଥବ୍ୟବସ୍ଥା । ତେବେ ବର୍ତ୍ତମାନ ଦେଶରେ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି । ସେଠାକାର ଅର୍ଥମନ୍ତ୍ରୀ ଅନ୍ତରାଷ୍ଟ୍ରାୟ ମୁଦ୍ରା ପାଣ୍ଠିରୁ ୪.୫ ଅରବ ଡଲାରର ଋଣ ମାଗିଥିବା ଜଣାପଡିଛି ।
- ଚୀନକୁ ପୁଣିଥରେ ମହାମାରୀ କରୋନା ଫେରିଛି । ଉହାନ ସହରକୁ ପୁଣିଥରେ କରୋନା ଫେରିଥିବା ବେଳେ କିଛି ସ୍ଥାନରେ ସଟଡାଉନ କରାଯାଇଛି । ଚୀନର ଉହାନ ସେହି ସହର ଯେଉଁଠି କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଆଉ ଏହାପରେ ପୂରା ଦୁନିଆକୁ ପରିବ୍ୟାପ୍ତ ହୋଇଥିଲା କରୋନା । ତେବେ ଏଥର କରୋନା କାୟା ମେଲାଇବା ଆରମ୍ଭ କରିଥିବାରୁ ସିନେମା ହଲ, ମଲ, କାଫେ ଓ ବାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି ।
- ଆଫ୍ରିକୀୟ ଦେଶ କଙ୍ଗୋରେ ସ୍ଥିତି ବଗିଡିବାରେ ଲାଗିଛି । ମିଳିତ ଜାତିସଂଘ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ବର୍ତ୍ତମାନ ସୁଦ୍ଧା ମିଳିତ ଜାତିସଂଘର ୩ ଶାନ୍ତି ସୈନିକ ସହିଦ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ରହିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଭାରତୀୟ ସୈନଙ୍କ ବଳିଦାନ ପାଇଁ ସେ ଦୁଃଖପ୍ରକାଶ କରିଛନ୍ତି । ତେବେ ଘଟଣାରେ ସମ୍ପୂକ୍ତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଅପିଲ କରିଛନ୍ତି ।
- କମନ୍ୱେଲ୍ଥ୍ ଗେମ୍ସରୁ ବାଦ୍ ପଡ଼ିବା ପରେ ବିବୃତି ଜାରି କଲେ ଜାଭ୍ଲିନ ତାରକା ନୀରଜ ଚୋପ୍ରା , ଖେଳରୁ ବାଦ୍ ପଡ଼ିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। କମନ୍ୱେଲ୍ଥ୍ ଗେମ୍ସରେ ଖେଳି ନପାରୁଥିବାରୁ ସେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ସେ ତାଙ୍କ ଟ୍ବିଟର୍ରେ ଏକ ଲମ୍ବା ବିବୃତ୍ତି ଜାରି କରି ସେ କାହିଁକି ସେ ଆଗାମୀ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ପାରିବେନି ବୋଲି କହିଛନ୍ତି। ଏହାଛଡ଼ା ସେ କିପରି ବିଶ୍ବ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଆହତ ହୋଇଥିଲେ ସେ ସଂପର୍କରେ ବି ଉଲ୍ଲେଖ କରିଛନ୍ତି।
- ଇନଷ୍ଟାଗ୍ରାମ ଲାଇଭ୍ରେ ରିଷଭ-ରୋହିତ କଲେ ଧମାଲ, ଟିମ୍ ଇଣ୍ଡିଆର ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ରିଷଭ ଇନଷ୍ଟାଗ୍ରାମରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ଷ୍ଟାର କ୍ରିକେଟ୍ରଙ୍କ ସହ ମିଶିକି ଲାଇଭ୍ ଆସିଥିଲେ। କେବଳ ଏତିକି ନୁହେଁ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ଏହି ଲାଇଭରେ ଦେଖିବାକୁ ମିଳିଥିଲା।
- ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ୍ ଡେବ୍ୟୁ ଫିଲ୍ମ ‘ଡାର୍ଲିଙ୍ଗସ୍’ର ଟ୍ରେଲର ରିଲିଜ୍ ହୋଇଛି । ଫିଲ୍ମରେ ଆଲିଆଙ୍କ ସହ ଶେଫାଲି ଶାହା ଏବଂ ବିଜୟ ବିରମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରକୁ ଏକ ଭଲ ରେସପନସ୍ ମିଳିଛି । ଆଲିଆଙ୍କ ବ୍ୟତୀତ ଏହି ଫିଲ୍ମଟି ମିଳିତ ଭାବେ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।
- ବଲିଉଡ ଜଣାଶୁଣା ଅଭିନେତ୍ରୀ କ୍ରିତି ସାନନ ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ କାର୍ତ୍ତିକ ଆର୍ଯ୍ୟନ ଏକ ସୁନ୍ଦର ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କାର୍ତ୍ତିକ ଫଟୋରେ ଅଭିନେତ୍ରୀଙ୍କୁ କେକ୍ ଖାଇବାକୁ ଦେଉଛନ୍ତି। ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
- ଟାଇଗର ଶ୍ରଫ ଏବଂ ଦିଶା ପଟାନି ବଲିଉଡର ଲୋକପ୍ରିୟ କପଲ୍ ଅଲଗା , ୬ ବର୍ଷ ଡେଟ୍ କରିବା ପରେ ସମ୍ପର୍କରେ ଦ-ଏଣ୍ଡ ।ସୋସିଆଲ୍ ମିଡିଆରେ ଖବର ଭାଇରାଲ୍ ହେବାରେ ଲାଗିଛି । ହେଲେ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ ।
BREAKING NEWS
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’
- Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…
- MKCGରେ ଦୀର୍ଘ ୭ ଦିନ ପରେ ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ…
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା
- ବୈଭବ ସୂର୍ଯ୍ୟବଂଶୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ଆମ ପାଖରେ ଦୁଇଜଣ ଚମତ୍କାର ଏବଂ ସ୍ଥିର ପ୍ରଦର୍ଶନ କରୁଥିବା ଓପନର୍ ଅଛନ୍ତି: ଶ୍ରେୟସ ଆୟର
- Kolkata stampede: ବନ୍ଦ ହେବ କୋଲକାତାରେ ପୂଜା ମଣ୍ଡପ? ପୋଲିସର ବଡ଼ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀ କହିଲେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହ ସରକାରୀ ଚାକିରି!


Comments are closed.