Latest Odisha News

BREAKING NEWS

ଓଡ଼ିଶାକୁ ଓମିକ୍ରନ୍ ରିସ୍କ ଦେଶରୁ ଫେରିଛନ୍ତି ୩୮୦ ଜଣ

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ଛାନିଆ ହୋଇଥିବା ବେଳେ ଓଡ଼ିଶାରେ ଚିନ୍ତା ବଢ଼ିଲାଣି । ଓମିକ୍ରନ୍ ରିସ୍କ ଦେଶରୁ ରାଜ୍ୟକୁ ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ଆସିଛନ୍ତି ୨୨୪ ଜଣ । ଏହାପରେ ୨୯ ତାରିଖରେ ଆସିଛନ୍ତି ଆଉ ୧୫୬ ଜଣ । ସେମାନଙ୍କର ସବୁ ପ୍ରକାର ଟେଷ୍ଟ କରାଯାଇଛି । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ବିଦେଶ ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଲେ ୭ଦିନ ସଙ୍ଗରୋଧରେ ରହିବାକୁ ହେବ । ବିଦେଶ ଫେରନ୍ତାଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ସେମାନଙ୍କ ଉପରେ ପ୍ରଶାସନ ଲଗାତାର ଭାବରେ ନଜର ରଖିଛି । ଗାଇଡଲାଇନ୍ ଅନୁସାରେ ସମସ୍ତ କାମ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । …

Leave A Reply

Your email address will not be published.