Latest Odisha News

ଅଞ୍ଜୁଙ୍କୁ ମିଳିବ ୱାର୍ଲ୍ଡ ଆଥଲେଟିକ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ: ଭାରତର ମହାନ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ବର୍ଷର ଶ୍ରେଷ୍ଠ ମହିଳା ଆଥଲେଟ ପୁରସ୍କାର ପାଇଁ ଚୟନ କରାଯାଇଛି । ଭାରତରେ ମହିଳା ଆଥଲେଟଙ୍କ ପାଇଁ ସେ ପ୍ରେରଣା ସାଜିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୨୦୦୫ ମୋନାକୋ ଆଇଏଏଏଫ ୱାର୍ଲ୍ଡ ଆଥଲେଟିକ୍ସ ଫାଇନାଲରେ ଅଞ୍ଜୁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଲିଙ୍ଗଗତ ସମାନତା ନେଇ ଅଞ୍ଜୁ କାର୍ଯ୍ୟ କରି ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି ।

ଭାରତୀୟ ଆଥଲେଟିକ୍ସ ମହାସଂଘର ଉପ ସଭାପତି ଭାବେ କାର୍ଯ୍ୟ କରୁଥିବା ଅଞ୍ଜୁ ୨୦୧୬ରେ ସେ ଝିଅମାନଙ୍କ ପାଇଁ ଟ୍ରେନିଂ ଅନୁଷ୍ଠାନ ଖେଳିଥିଲେ । ଜାମାଇକାର ଇଆଲାନେ ଥମ୍ପସନ ହେରା ଓ ନରୱେର କାରଷ୍ଟନ ୱାରହୋମଙ୍କୁ ବିଶ୍ୱ ଆଥଲେଟିକ୍ସ ଇୟର ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.