Latest Odisha News

ଦ୍ୱୈତ ନଗରୀର ୯୧୩ ରାସ୍ତାରୁ ୩୮୫ ରାସ୍ତାର ଅବସ୍ଥା ଖରାପ

କଟକ: ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ l ଦ୍ୱୈତ ନଗରୀର ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତାର ଅବସ୍ଥା ଖରାପ ରହିଛି l ସେଥିରୁ ୩୧୬ଟି ରାସ୍ତାର ସାମାନ୍ୟ ମରାମତି ଆବଶ୍ୟକ ଥିବା ବେଳେ ୬୯ଟି ରାସ୍ତାର ବ୍ୟାପକ ମରାମତି ଆବଶ୍ୟକ ରହିଛି ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ l

ସୂଚନା ଅନୁସାରେ, ରାଜଧାନୀରେ ୭୯୮ କିମି ରାସ୍ତାରୁ ୨୨୨ କିମି ରାସ୍ତାର ମରାମତି ଆବଶ୍ୟକ l ଭୁବନେଶ୍ୱରରେ ୧୫୦.୭୬ କିମି ରାସ୍ତା ସାମାନ୍ୟ ମରାମତି ହେବାକୁ ଥିବା ବେଳେ ୭୧ କିମି ରାସ୍ତା ବ୍ୟାପକ ମରାମତି ହେବା ଆବଶ୍ୟକ l ସେହିପରି କଟକରେ ୧୯୭ କିମି ରାସ୍ତାରୁ ୮୦ କିମି ରାସ୍ତାର ମରାମତି ଆବଶ୍ୟକ ରହିଛି l ସେଥିରୁ ୭୦ କିମି ରାସ୍ତା ସାମାନ୍ୟ ମରାମତି ହେବାକୁ ଥିବା ବେଳେ ୯.୫୯ କିମି ରାସ୍ତାର ବ୍ୟାପକ ମରାମତି ଆବଶ୍ୟକ l

Comments are closed.