Latest Odisha News

BREAKING NEWS

ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ରାଜ୍ୟରୁ ୩୮୬୧ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ରେକର୍ଡ ପଜିଟିଭ୍ ଚିହ୍ନଟ । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୩୮୬୧ ଜଣ । ଯାହାକି ଏଯାଏଁ ସର୍ବାଧିକ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨ ହଜାର ୨୭୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ ଶହ ୮୩ । ଗତକାଲି ରାଜ୍ୟରୁ ୩ ହଜାର ୮୧୬ ପଜିଟିଭ୍ ବାହାରିଥିଲେ ।

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବେଲଗାମ କରୋନା । ଖୋର୍ଦ୍ଧାରୁ ଗତ ୨୪ ଘଣ୍ଟାରେ ୭୬୭ ପଜିଟିଭ ବାହାରିଥିବା ବେଳେ କଟକରେ ସଂକ୍ରମିତ ହୋଇଛନ୍ତି ୩୮୬ ଜଣ । ସେହିପରି ଯାଜପୁରରେ ୨୮୫, ଝାରସୁଗୁଡ଼ାରେ ୧୯୯, ବରଗଡ଼ରେ ୧୭୬, ରାୟଗଡ଼ରେ ୧୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜରୁ ୧୨୨, ଅନୁଗୋଳରୁ ୧୨୦, ସୋନପୁରୁ ୧୧୭ ଓ ବାଲେଶ୍ୱରରୁ ୧୦୨ ନୂଆ ଆକ୍ରାନ୍ତ ବାହାରିଛନ୍ତି ବାକି ସବୁ ଜିଲ୍ଲାରେ ଶହେ ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୮୯୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.