Latest Odisha News

ଓଡ଼ିଶାରେ ଆଉ ୧୦ ଜଣଙ୍କୁ ମାରିଦେଲା ମହାମାରୀ, ମୃତ୍ୟୁସଂଖ୍ୟା ଡେଇଁଲା ୫୫୦

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ତାସହ ଜୀବନ ନେଉଛି ମହାମାରୀ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଜଣେ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ୩ଜଣ ପ୍ରାଣ ହରାଇଥିବା ବେଳେ କଟକ, କଳାହାଣ୍ଡି, ଖୋର୍ଦ୍ଧା (ଭୁବନେଶ୍ୱର), ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୫୦ ଡେଇଁଛି । କରୋନାରେ ଆଖି ବୁଜିଲେଣି ୫୫୬ ଆକ୍ରାନ୍ତ । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୩% ।

Leave A Reply

Your email address will not be published.