Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୮୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୮୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୧୪୩, କଟକ ଜିଲ୍ଲାରୁ ୩୨୫, ପୁରୀ ଜିଲ୍ଲାରୁ ୧୯୩, ଝାରସୁଗୁଡ଼ା ଜିଲ୍ଲାରୁ ୧୫୯, ବାଲେଶ୍ୱର ଜିଲ୍ଲାରୁ ୧୩୩, ମୟୂରଭଂଜ ଜିଲ୍ଲାରୁ ୧୨୯, ଯାଜପୁର ଜିଲ୍ଲାରୁ ୧୨୬, କେନ୍ଦୁଝର ଜିଲ୍ଲାରୁ ୧୨୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୨, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୧, କଳାହାଣ୍ଡି ଜିଲ୍ଲାରୁ ୧୧୨, ବଲାଙ୍ଗୀର ଜିଲ୍ଲାରୁ ୧୦୩, ବରଗଡ଼ ଜିଲ୍ଲାରୁ ୮୧, ନୂଆପଡ଼ା ଜିଲ୍ଲାରୁ ୮୦, ଢେଙ୍କାନାଳ ଜିଲ୍ଲାରୁ ୭୯, ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲାରୁ ୭୨ ଜଣ ଲେଖାଏଁ, ରାୟଗଡ଼ା ଜିଲ୍ଲାରୁ ୭୦, ଭଦ୍ରକ ଜିଲ୍ଲାରୁ ୬୪, କନ୍ଧମାଳ ଜିଲ୍ଲାରୁ ୫୯, ନବରଂଗପୁର ଜିଲ୍ଲାରୁ ୫୬, ନୟାଗଡ଼ ଜିଲ୍ଲାରୁ ୫୨, ସୋନପୁର ଜିଲ୍ଲାରୁ ୫୦, କୋରାପୁଟ ଜିଲ୍ଲାରୁ ୪୮, ଗଂଜାମ ଜିଲ୍ଲାରୁ ୪୨, ବୌଦ୍ଧ ଜିଲ୍ଲାରୁ ୨୬, ମାଲକାନଗିରି ଜିଲ୍ଲାରୁ ୨୬, ଅନୁଗୁଳ ଜିଲ୍ଲାରୁ ୧୯, ଦେବଗଡ଼ ଜିଲ୍ଲାରୁ ୧୬, ଗଜପତି ଜିଲ୍ଲାରୁ ୧୫ ଓ ରାଜ୍ୟପୁଲରୁ ୧୬୮ ଜଣ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୪୯,୬୯୩ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୨,୨୪,୨୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୦୦୬ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.