Latest Odisha News

BREAKING NEWS

କୋହଲି ୯୦ ନଟଆଉଟ : ବାଙ୍ଗାଲୋର ୧୬୯/୪

ଦୁବାଇ: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭୦ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିଥିଲା । କୋହଲି ୫୨ ବଲରେ ୪ ଚୌକା ଓ ୪ ଛକା ବଳରେ ୯୦ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଦେବଦତ ପାଡିକଲ ୩୩ ରନର ଇନିଂସ ଖେଳିଥିଲେ ।

ଶେଷ ଭାଗରେ ଶୁଭମ ଗିଲ ଦ୍ରୁତ ୨୨ ରନ ସଂଗ୍ରହ କରିବା ଫଳରେ ଦଳ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୬୯ ରନର ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଶାର୍ଦ୍ଦୁଳ ଠାକୁର ୩ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.