Latest Odisha News

‘ଲିମକା ବୁକ ଅଫ ରେକର୍ଡ଼’ରେ ସ୍ଥାନ ପାଇବା ପାଇଁ ୩ ହଜାର କଳାକାରଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ପାଖାପାଖି ୩ ହଜାର କଳାକାର ‘ଲିମକା ବୁକ ଅଫ ରେକର୍ଡ଼’ରେ ସ୍ଥାନ ପାଇବାକୁ ଏକ ନିଆରା ପ୍ରୟାସ କରୁଛନ୍ତି । ପ୍ରସିଦ୍ଧ କରମସାନି ଉତ୍ସବ ଅବସରରେ ଏହି ୩ ହଜାର କଳାକାର ଏକା ସାଙ୍ଗରେ ଲୋକନୃତ୍ୟ ପରିବେଷଣ କରିଛନ୍ତି ।

ଗତ ରବିବାର ଦିନ ପଶ୍ଚିମ ଓଡ଼ିଶାର ଗାଈ ସିଲଟ ବ୍ଲକ ଅନ୍ତର୍ଗତ ଶରଧାପଲ୍ଲୀ ଗ୍ରାମ ନିକଟରେ ଥିବା ମହାଜନ ଡୁଙ୍ଗୁରି ଠାରେ ସମ୍ବଲପୁରୀ ଫୋକ୍ ଏକାଡେ଼ମୀ ସହାୟତାରେ ଏହି କଳାକାର ମାନେ ଲୋକବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରିଛନ୍ତି ।

ଏହି ଲୋକନୃତ୍ୟ ଗୁରୁ ରବି ରତନ ସାହୁଙ୍କ ତତ୍ୱାବଧାନତାରେ ପରିବେଷଣ କରାଯାଇଛି ।

ଏହି ଉତ୍ସବରେ ଅନ୍ୟମାନଙ୍କ ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ( ଡବ୍ଲ୍ୟୁ ଓ ଡି ସି) ର ସଭାପତି ସୁଭାଷ ଚୌହାନ, ବିଜେପୁର ବିଧାୟିକା ରୀତା ସାହୁ, ଅନୁପ ରଞ୍ଚନ ପାଣ୍ଡେ, ପଦ୍ମପୁରର ଉପ ଜିଲ୍ଲା ଅଧିକାରୀ ତନ୍ମୟ କୁମାର ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.