Latest Odisha News

BREAKING NEWS

ଭାରତ ବନ୍ଦ: ଆସନ୍ତାକାଲି ବନ୍ଦ ରହିବ ଘରୋଇ ବସ ଚଳାଚଳ

ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାନୁଆରୀ ୮ ତାରିଖରେ ଦିଆଯାଇଥିବା ବନ୍ଦ ଡାକରା ପରିପ୍ରେକ୍ଷୀରେ ଆସନ୍ତାକାଲି ସମସ୍ତ ଘରୋଇ ବସ ଗୁଡ଼ିକର ଚଳାଚଳ ବନ୍ଦ ରହିବ । ଏନେଇ ଅଲ୍ ଓଡ଼ିଶା ପ୍ରାଇଭେଟ୍ ବସ ଓନରର୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି ।

ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.