Latest Odisha News

ତୃତୀୟ କରୋନା ପଜିଟିଭ ପରେ ଓଡିଶାରେ ସାମାଜିକ ସଂକ୍ରମଣ ଭୟ

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ସାମାଜିକ ସଂକ୍ରମଣ(Community Transmission)ର ଆଶଙ୍କା ଦେଖାଦେଇଥିବା ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରଜ ବାଗଚୀ କହିଛନ୍ତି ।

ମହାମାରୀର ପ୍ରଥମ ଚରଣରେ ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ନଜର ରହିଥିଲା । କିନ୍ତୁ ପରେ ଅନ୍ୟ ରାଜ୍ୟରୁ ଓଡିଶାକୁ ଫେରିଥିବା ଲୋକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । କରୋନାର ତୃତୀୟ ପଜିଟିଭ ମାମଲା ପରେ ଆମେ ମହାମାରୀର ଷ୍ଟେଜ-୩ ସମ୍ଭାବନା ଦେଖୁଛୁ ବୋଲି ବାଗଚୀ କହିଛନ୍ତି ।

ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ଅତିଶୀଘ୍ର ନୂଆ ଗାଇଡଲାଇନ ଜାରି କରିବ । ଭାରତରେ ସାମାଜିକ ସଂକ୍ରମଣର ଆଶଙ୍କା ଦେଖା ଦେଉଛି । ଏହି ଚରଣରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥାଏ । ଭାଇରସ ପ୍ରଭାବିତ ଦେଶ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଇ ନଥିଲେ ସୁଦ୍ଧା ଲୋକଙ୍କ ନମୂନା ପଜିଟିଭ ଆସିଥାଏ । ଏହି ଚରଣରେ ଭାଇରସ ଦ୍ରୁତ ଗତିରେ ବ୍ୟାପେ ।

Comments are closed.