Latest Odisha News

BREAKING NEWS

ଦେଶବ୍ୟାପୀ ଲକଡାଉନ; ଏସବିଆଇ ବଦଳାଇଲା ବ୍ୟାଙ୍କିଂ ସମୟ, ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ(ଏସବିଆଇ) ବ୍ରାଞ୍ଚ ବ୍ୟାଙ୍କ ଗୁଡିକର ସମୟସୀମା ପରିବର୍ତ୍ତନ କରିଛି ।

ଏଥିସହିତ ଏସବିଆଇ କରୋନାଭାଇରସର ସଂକ୍ରମଣକୁ ଦେଖି ବ୍ୟାଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ପରସ୍ପର ମଧ୍ୟରେ ୧ମି. ଦୂରତା ରଖାଯାଉଛି । ଏନେଇ ଏସବିଆଇର ପ୍ରବନ୍ଧ ନିର୍ଦ୍ଦେଶକ ପିକେ ଗୁପ୍ତା କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ବ୍ୟାଙ୍କ ପକ୍ଷରୁ ଶାଖାଗୁଡିକର ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ କରିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେତେକ ରାଜ୍ୟରେ ସକାଳ ୭ରୁ୧୦ଟା ଯାଏଁ, ଆଉ କେଉଁଠି ସକାଳ ୮ଟାରୁ ୧୧ଟା ଏବଂ ଅନ୍ୟ ରାଜ୍ୟରେ ଦିନ ୧୦ଟାରୁ ୨ଟା ଯାଏଁ ବ୍ୟାଙ୍କ ଖୋଲାଯାଉଛି ।

ଏହାବ୍ୟତିତ ବ୍ୟାପୁଥିବା କରୋନାଭାଇରସ ସଂକ୍ରମଣକୁ ନଜରରେ ରଖି ଏସବିଆଇ ପକ୍ଷରୁ ତା’ର କର୍ମଚାରୀମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଉଛି ।

Leave A Reply

Your email address will not be published.