Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୩ୟ ଦିନ; ନନ୍ଦୋତ୍ସବ ଲାଗି ଉତ୍ସବମୁଖର ଗୋପପୁର

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୩ୟ ଦିନ । ଏହି ଅବସରରେ କୃଷ୍ଣ ଭଗବାନଙ୍କ ଜନ୍ମକୁ ନେଇ ଗୋପପରୁରେ ଧୁମଧାମର ନନ୍ଦୋତ୍ସବ ପାଳିତ ହେଉଛି ।

ଏଥିସହିତ କୃଷ୍ଣ ପ୍ରେମମୟ ଗୋପପରୁ ଫୁଲ ଚନ୍ଦନରେ ମଧୁମୟ ହୋଇଉଠିଛି । ଏପରିକି ଯଶୋଦାଙ୍କ ଅଲିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି ପରସି ଯାଉଛନ୍ତି ପ୍ରେମର ମଧୁଭରା ରସ । କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ଗୋପପୁରରେ ଲୋକଙ୍କ ଭିଡ ଖୁବ୍ ଜମିଛି ।

ଅପରପକ୍ଷରେ କଂସ ମହାରାଜ ଦେବକୀଙ୍କ ଅଷ୍ଟମ ସନ୍ତାନଙ୍କୁ ମାରିବାକୁ ଯିବାବେଳେ ବିଜୁଳି କନ୍ୟାଙ୍କ ଦୈବବାଣୀ ଶୁଣିଛନ୍ତି । ଯାହାକୁ ନେଇ ସେ ବିଚଳିତ ହୋଇପଡିଛନ୍ତି ।

ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ରେ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରିତ ହୋଇଛି ।

ଅପରପକ୍ଷରେ ପ୍ରବଳ ଶୀତର ପ୍ରକୋପ ସତ୍ୱେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ତଥା ପର୍ଯ୍ୟଟକମାନଙ୍କର ପ୍ରବଳ ଜନ ସମାବେଶ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.