Latest Odisha News

BREAKING NEWS

ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ମୁକ୍ତେଶ୍ୱରର ହେବ ସୌନ୍ଦର୍ଯ୍ୟକରଣ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭିକେ ପାଣ୍ଡିଆନ୍ ଶୁକ୍ରବାର ଭୋର ସମୟରେ ରାଜଧାନୀର ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି ।

ଏହି ଅବସରରେ ସେ ଏକାମ୍ର କ୍ଷେତ୍ର ଯୋଜନାରେ ପୁନରୁଦ୍ଧାର ତଥା ସଂରକ୍ଷଣ କାର୍ଯ୍ୟର ସମୀକ୍ଷା କରିଥିଲେ । “ଏହାବ୍ୟତିତ ୬୬ ଏକର ଭୂମିରେ ପରିମିତ ଉଚ୍ଛେଦ ପ୍ରକିୟାର ମଧ୍ୟ ନିରିକ୍ଷଣ କରିଥିଲେ । ଏହାବ୍ୟତିତ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ମୁକ୍ତେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ କିଛି ଯୋଜନା ହୋଇପାରେ ବୋଲି ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ପାଣ୍ଡିଆନଙ୍କ ସହ ନିର୍ମାଣ ସଚିବ କ୍ରିଷ୍ଣ କୁମାର ଓ ଭୁବନେଶ୍ୱର ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀ ମଧ୍ୟ ମନ୍ଦିର ପରିଦର୍ଶନରେ ଯାଇଥିଲେ ।

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପରିଯୋଜନାକୁ ସକରାତ୍ମକ ପ୍ରତିକ୍ରିୟା ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିରର ପୁନରୁଦ୍ଧାର ତଥା ସଂରକ୍ଷଣ ଲାଗି ମଧ୍ୟ ପ୍ୟାକେଜ ଘୋଷଣା କରିଥିଲେ । ସେ ଡିସେମ୍ବର ୨୯ ତାରିଖରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ନିକଟରେ ଏକାମ୍ର ସଂସ୍କୃତି ପ୍ରକାଶନୀ ଭଜନ ମଣ୍ଡପ ଓ ଲିଙ୍ଗରାଜ ରିସର୍ଚ୍ଚ ସେଣ୍ଟରର ନୂଆ ବିଲଡିଂ ଲାଗି ୫ କୋଟି ଟଙ୍କାର ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ମନ୍ଦିରର ସୁରକ୍ଷା ତଥା ସୌନ୍ଦର୍ଯ୍ୟକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ଭଜନ ମଣ୍ଡପ ଓ ଲିଙ୍ଗରାଜ ରିସର୍ଚ୍ଚ ସେଣ୍ଟରକୁ ଭାଙ୍ଗି ଦେଇଥିଲେ ।

ଏହାର କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡରର ଡ୍ରାଫ୍ଟ ଆର୍କିଟେକଚରର ଉଦଘାଟନ କରିଥିଲେ । ଏହାବ୍ୟତିତ ଏହି ତୀର୍ଥ ନଗରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ଲାଗି ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ଅବଢା ଯୋଜନା ଅଧିନରେ ଖର୍ଚ୍ଚ ପାଇଁ ପାଖାପାଖି ୩୨୦୮ କୋଟି ଟଙ୍କା ଅନୁମୋଦନ କରିଥିଲେ ।

Leave A Reply

Your email address will not be published.