ପୁରୀ: ତୃତୀୟ ଏନଟିପିସି ଜାତୀୟ ର୍ୟାଙ୍କିଙ୍ଗ ତୀରନ୍ଦାଜୀ ଟୁର୍ଣ୍ଣାମେଂଟ ପୁରୀର ଜଗନ୍ନାଥ ଷ୍ଟାଡିୟମରେ ଆୟୋଜିତ ହେବ । ଭାରତୀୟ ତୀରନ୍ଦାଜ ଆସୋସିଏଶନ, ଏନଟିପିସି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଓଡିଶା ସରକାର ଏବଂ ରାଜ୍ୟ ଆସୋସିଏଶନ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ମାର୍ଚ୍ଚ ୧ରୁ ୧୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ସିନିୟର, ଜୁନିୟର ଓ ସବ ଜୁନିୟର ବିଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହେବ ।
ଏହି ସମ୍ମାନଜନକ ଟୁର୍ଣ୍ଣାମେଂଟରେ ଦେଶର ପ୍ରତିଷ୍ଠିତ ତୀରନ୍ଦାଜମାନେ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଅତନୁ ଦାସ, ବି.ଧୀରଜ, ତରୁଣଦୀପ ରାଏ, ଦୀପିକା କୁମାରୀ, ଭଜନ କୌର, ଅମନ ସାଇନି ଓ ଅଭିଷେକ ବର୍ମା ରହିଛନ୍ତି । ସୂଚନାଯୋଗ୍ୟ, ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଫାଇନାଲ ସହ ୪ଟି ଏନଆରଏଟିଏସ ଆୟୋଜିତ ହୋଇଥାଏ । ପ୍ରତିଷ୍ଠିତ ତୀରନ୍ଦାଜ ମାନେ ଏହା ମାଧ୍ୟମରେ ନିଜ ର୍ୟାଙ୍କିଙ୍ଗ ସୁଧାରିଥାନ୍ତି । ପ୍ରତ୍ୟେକ ବର୍ଗରେ ଦେଶର ଶୀଷ ୧୬ ର୍ୟାଙ୍କିଙ୍ଗ ତୀରନ୍ଦାଜ ଅଂଶଗ୍ରହଣ କରିଥାନ୍ତି । କ୍ୱାଲିଫିକେଶନ କୋଟା ମାଧ୍ୟମରେ ୧୯୨ ପ୍ରତିଯୋଗୀ ପୁରୀର ଏହି ଟୁର୍ଣ୍ଣାମେଂଟରେ ସାମିଲ ହେବେ । ଓଭରାଲ ୩୭୬ ତୀରନ୍ଦାଜଙ୍କ ମଧ୍ୟରୁ ଓଡିଶାର ୩୦ଜଣ( ପୁରୁଷ ୧୬, ମହିଳା ୧୪) ଏଥିରେ ସାମିଲ ହେବେ ।
ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ପାରା ଆର୍ଚ୍ଚେର ପାୟଲ ନାଗ ଅଂଶଗ୍ରହଣ କରିବେ । ପୁରୀର ପ୍ରଜ୍ଞାନ ଦଳେଇ ଏବଂ ଗୋପାଳ କୃଷ୍ଣ ବ୍ରହ୍ମା ଏଥିରେ ଅଂଶଗ୍ରହଣ କରିବେ । କିସର ରାଜେଶ ହାଂସଦା ଟେକ୍ନିକାଲ ଜଜ ଦାୟିତ୍ୱ ତୁଲାଇବେ । ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପୁରୀର ଡିଏସଓ ଚନ୍ଦନ ସାହୁ ନୋଡାଲ ଅଫିସର ଭାବେ ପରିଚାଳନାରେ ସହଯୋଗ କରିବେ । ରବି ପ୍ରତିହାରୀ, ରାମଦାସ ମହାପାତ୍ର ସହଯୋଗ କରିବେ ।
Comments are closed.