Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ସବୁ ରେକର୍ଡ ଭାଙ୍ଗି ପାରନ୍ତି କୋହଲି

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଶେଷ ଲିଗ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଏହି ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି କେତେଗୁଡିଏ ରେକର୍ଡ ଭାଙ୍ଗିବା ପାଇଁ ଉଦ୍ୟମ କରିବେ । କୋହଲି ଏହି ମ୍ୟାଚରେ ୮୫ ରନ କଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଖେଳାଳି ଭାବେ ୩୦୦୦ ରନ ପୂର୍ଣ୍ଣ କରିବେ । ସଚିନ ତେନ୍ଦୁଲକର (୩୩୪୫), ରିକି ପଂଟିଂ(୩୧୪୫), ଜ୍ୟାକ୍ସ କାଲିସ(୩୦୭୧) ଓ ଜୋ ରୁଟ ୩୦୬୮ ରନ କରିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପରେ କୋହଲି ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୭ ରନର ଇନିଂସ ଖେଳିଥିଲେ ।

ସେ ୧୦୫ ରନ କଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସର୍ବାଧିକ ରନ ସ୍କୋରର ହେବେ । ସଚିନ ୧୭୫୦ ରନ କରି ଆଗରେ ରହିଛନ୍ତି । ଓଭରାଲ ଏହି ତାଲିକାରେ ରିକି ପଂଟିଂ( ୧୯୭୧) ଆଗରେ ରହିଛନ୍ତି । ଖରାପ ଫର୍ମରେ ଥିବା କୋହଲି ପାକିସ୍ତାନ ବିପକ୍ଷରେ ସ୍ମରଣୀୟ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ତାଙ୍କଠାରୁ ଏହି ମ୍ୟାଚରେ ମଧ୍ୟ ଦର୍ଶକ ବଡ ଇନିଂସ ଆଶାରେ ରହିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ଶସ୍ତାରେ ଆଉଟ ହେବା ପରେ ପାକିସ୍ତାନ ବିରୋଧରେ ୧୦୦ ରନ କରି ଅପରାଜିତ ରହିଥିଲେ । ତାଙ୍କ ଇନିଂସ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା ।

Comments are closed.