Latest Odisha News

BREAKING NEWS

ଧର୍ମଶାଳାରେ ହୋଇ ନ ପାରେ ତୃତୀୟ ଟେଷ୍ଟ

ଧର୍ମଶାଳା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଧର୍ମଶାଳାରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଧର୍ମଶାଳା ବଦଳରେ ବିଶାଖପଟନମ, ରାଜକୋଟ, ପୁଣେ କିମ୍ବା ଇନ୍ଦୋରରେ ମ୍ୟାଚ ହୋଇପାରେ । ବିସିସିଆଇର ଏକ ସ୍ୱତନ୍ତ୍ର ଟିମ ଧର୍ମଶାଳା ପିଚକୁ ନିରୀକ୍ଷଣ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ଷ୍ଟାଡିୟମରେ ନୂତନ ଭାବେ ଡ୍ରେନେଜ ସିଷ୍ଟମ କରାଯାଇଛି । ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସରି ନ ଥିବା ବେଳେ ପିଚ କାର୍ଯ୍ୟ ମଧ୍ୟ ଶେଷ ହୋଇ ନ ଥିବା କୁହାଯାଉଛି । ଆଉଟଫିଲ୍ଡ ଖେଳାଳିମାନଙ୍କ ପାଇଁ ସୁରକ୍ଷିତ କି ନାହିଁ ତାହା ମଧ୍ୟ ବିସିସିଆଇ ଯାଂଚ କରିବ ।

ହିମାଚଳର ଏହି ଷ୍ଟାଡିୟମ ଧୌଲାଧାର ପାର୍ବତ୍ୟ ଅଂଚଳରେ ଅବସ୍ଥାପିତ । ଏହାକୁ ବିଶ୍ୱର ଆକର୍ଷଣୀୟ ଷ୍ଟାଡିୟମ ମଧ୍ୟରେ ସାମିଲ କରାଯାଇଥାଏ । ୨୦୧୬ରେ ବର୍ଡର-ଗାଭାସ୍କର ଟ୍ରଫି ଏକ ମ୍ୟାଚ ଏଠାରେ ଆୟୋଜିତ ହୋଇଥିଲା । ୪ ଦିନରେ ଭାରତ ଏଠାରେ ମ୍ୟାଚ ଜିତି ସିରିଜ ନିଜ ନାମରେ କରିଥିଲା ।

Comments are closed.