Latest Odisha News

BREAKING NEWS

ଆଲାସ୍କା ଆକାଶରେ ଉଡୁଥିଲା ଅଜ୍ଞାତ ବସ୍ତୁ; ତଳକୁ ଖସାଇଲା ଆମେରିକା ଯୁଦ୍ଧ ବିମାନ

ୱାଶିଂଟନ:ଶୁକ୍ରବାର ଆଲାସ୍କାର ଉପରେ ଉଡୁଥିବା ଏକ ଅଜ୍ଞାତ ବାସ୍ତୁକୁ ଖସାଇ ଦେଇଛି ଆମେରିକା । ଆମେରିକାର ଲଢୁଆ ବିମାନ ଏହି ସନ୍ଦିଗ୍ଧ ଜିନିଷକୁ ମାରି ଖସାଇ ଦେଇଥିବା ସୂଚନା ଦେଇଛି ହ୍ୱାଇସ ହାଉସ ।

BjdElectrycity

ହ୍ୱାଇଟ ହାଉସ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଜନ କିର୍ବିଙ୍କ କହିବା ଅନୁଯାୟୀ, ଏହି ଅଜ୍ଞାତ ବସ୍ତୁ କ’ଣ ଏବଂ କେଉଁ ଉଦ୍ଦେଶ୍ୟରେ ଏମିତି ଆଲାସ୍କା ଆକାଶରେ ଉଡୁଥିଲା ତାହା ସ୍ପଷ୍ଟ ହୋଇନାହିଁ । ଏହା ୪୦ ହଜାର ଫୁଟ ଉପରେ ଉଡୁଥିଲା । ଯାହା ସାଧାରଣ ବିମାନ ପାଇଁ ବିପଦ ଥିଲା । ତେଣୁ ତାକୁ ଖସାଇ ଦିଆଯାଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଶୁଟ ଡାଉନ ସଫଳ ହୋଇଛି । ଏହି ସନ୍ଦିଗ୍ଧ ଜିନିଷକୁ ଖସାଇ ଦିଆଯାଇଛି । କିର୍ବିଙ୍କ କହିବା ଅନୁଯାୟୀ, ଏହି ଅଜ୍ଞାତ ବସ୍ତୁ  ଚୀନ ବେଲୁନ ତୁଳନାରେ ଯଥେଷ୍ଟ ଛୋଟ ଥିଲା। ଗତ ସପ୍ତାହରେ ଆମେରିକା ଆକାଶରେ ଉଡୁଥିଲା ବିରାଟ ଚୀନ ବେଲୁନ । ଏହାକୁ ଆଟଲାଣ୍ଟିକ ଉପକୂଳରେ ଆମେରିକା ଯୁଦ୍ଧବିମାନ ମାରି ଖସାଇ ଦେଇଥିଲା ।

ଆଲାସ୍କା ଆକାଶରେ ଉଡୁଥିବା ଅଜ୍ଞାତ ଜିନିଷର ଆକାର ଛୋଟ କାର ଆକାରର ଥିଲା । ଆମେ ଜାଣିନୁ ଏହାର ମାଲିକ କିଏ  ।   ରାଷ୍ଟ୍ର ହେଉ ବା ଅନୁଷ୍ଠାନ, ଯିଏ ବି ପଠାଇଛି ତାହାର ଉଦ୍ଦେଶ୍ୟ କିଛି ବୁଝି ହେଉନି । ଆମେରିକୀ ଅଧିକାରୀଙ୍କ କହିବା ଅନୁଯାୟୀ, ଏପରି ବେଲୁନ  ୪୦ରୁ ଅଧିକ ଦେଶରେ ଉଡୁଥିବାର ଖବର ସାମ୍ନାକୁ ଆସିଛି । ଏପରିକି ସଂଯୁକ୍ତ ରାଜ୍ୟ ଆମେରିକାରେ ପୂର୍ବରୁ ଏପରି ବେଲୁନ ଅତିକମରେ ୪ଥର ଦେଖିବାକୁ ମିଳିଛି ।

Leave A Reply

Your email address will not be published.