Latest Odisha News

BREAKING NEWS

ଫ୍ରେବୃଆରୀରେ ପିକ୍ ନେଇପାରେ ତୃତୀୟ ଲହର ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ତୃତୀୟ ଲହର ଆସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓଡିଶାରେ ଦୁଇମାସ ବିଳମ୍ବରେ ଆସିଥିଲା ପ୍ରଥମ ଓ ଦ୍ୱିତୀୟ ଲହର । IMCRର ଆକଳନ ଆନୁସାରେ ଯଦି ତୃତୀୟ ଲହର ଆସେ । ଖୁବ୍ ଶୀଘ୍ର ଓଡିଶା ଆସିବ । ଫେବୃଆରୀରେ ଏହା ପିକ୍ ନେଇ ପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏଥିପାଇଁ ରାଜ୍ୟରେ ଟିକାକରଣ, ଟ୍ରିଟମେଣ୍ଟ , ଟେଷ୍ଟି ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ସଂକ୍ରମିତଙ୍କ ଟ୍ରିଟମେଣ୍ଟ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତୃତୀୟ ଲହର ରାଜ୍ୟ ଆଡକୁ ମାଡି ଆସୁଛି ବୋଲି ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave A Reply

Your email address will not be published.