Latest Odisha News

ଆମ୍ବୁଲାନ୍ସ ଗାଡ଼ିରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ଅବକାରୀ ବିଭାଗ

ସୁବର୍ଣ୍ଣପୁର : ଆମ୍ବୁଲାନ୍ସ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ  । ମାଡ଼ି ବସିଲା ଅବକାରୀ ବିଭାଗ  ।  ଗଞ୍ଜେଇ ଚୋରାଚାଳଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରି ବିଭାଗ ଧରିବାରେ ସଫଳ ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ପଟୁ ଆସୁଥିବା ଏକ ଆମ୍ବୁଳାନ୍ସ ଗାଡିକୁ କୁଞ ଛକ ନିକଟରେ ଅଟକାଇ ଥିଲା । କିନ୍ତୁ ଗାଡିଟି ନ ଅଟକି ପଳାଇ ଯିବାରୁ  ତାର ପିଛା କରି ସଦର ବ୍ଲକ ଛକ ନିକଟରେ ଅଟକାଇ ଯାଞ୍ଚ କରିବା ପରେ ଆମ୍ବୁଲାନ୍ସରୁ ବିପୁଳ ପରିମାଣରେ ଗଞ୍ଜେଇ ବାହାରି ଥିଲା । ଏହି ଆମ୍ବୁଲାନ୍ସରୁ ପାଖାପାଖି ୪କୁଇଣ୍ଟାଲ ୨୦କେଜି ଗଞେଇ ବାହାରି ଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡ଼ିଛି  । ଆମ୍ବୁଲାନ୍ସଟି ଗଂଜେଇ ନେଇ ବଉଦ ଜିଲ୍ଲା ମନୁମୁଣ୍ଡାରୁ ଛତିଶଗଡ ଯାଉଥିବା ଜଣାପଡ଼ିଛି ।

ତେବେ ଏହି ଗାଡିରୁ ଜଣେ ଡ୍ରାଇଭରକୁ ଗିରଫ କରିଛି ଅବକାରୀ ବିଭାଗ । ଡ୍ରାଇଭର ଜଣକ ହେଲେ ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ତେଲିବନ୍ଧ ଗାଁର ଉପେନ୍ଦ୍ର ସାହୁ ବୋଲି ଅବକାରୀ ଅଧିକ୍ଷୀକା କହିଛନ୍ତି ।

Leave A Reply

Your email address will not be published.