Latest Odisha News

BREAKING NEWS

Ganja:୪ କୋଟି ମୂଲ୍ୟର ଗଞ୍ଜେଇ ଜବତ;ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଚାଲିଛି ତଦନ୍ତ

ପାରଳାଖେମୁଣ୍ଡି: ଗୁରୁବାର ଏକ ବଡ଼ ସଫଳତା ହାସଲ କରିଛି ଅଡବା ପୋଲିସ। କେଶରୀଗୁଡ଼ା ଗ୍ରାମାଞ୍ଚଳରୁ ପ୍ରାୟ ୪ ଟନ୍‌ ରୁ ଅଧିକ (୪୦୬୦ କେଜି) ଗଞ୍ଜେଇ ଜବତ କରାଯାଇଛି ।ଆନୁମାନିକ ମୂଲ୍ୟ ୪ କୋଟିରୁ ଉର୍ଦ୍ଧ୍ୱ ହେବ ।ଆର୍‌.ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏବଂ ଅଡବା ଥାନା ଅଧିକାରୀ ଶୁଭ୍ରକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ କରାଯାଇଥିଲା।

କେଶରୀଗୁଡ଼ା ଅଞ୍ଚଳରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଟିମ ସେଠାରେ ଚଢାଉ କରି ୨୦୨ଟି ପ୍ଲାଷ୍ଟିକ ଜରି ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ଗଞ୍ଜେଇ ଜବତ କରିଥିଲା। ଏହାପରେ ମୋହନା ତହସିଲଦାରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା।

ସମୁଦାୟ ୪.୦୬ ଟନ୍‌ ଗଞ୍ଜେଇ ଥିବା ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୪ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଥାନା ପକ୍ଷରୁ କୁହାଯାଇଛି।

ତେବେ ଘଟଣାସ୍ଥଳରେ କେହି ନଥିବାରୁ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.