Latest Odisha News

BREAKING NEWS

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ 

ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଗାଡ଼ି ଉପରେ ରବିବାର ଦିନ ହୋଇଥିବା ଆକ୍ରମଣ ଘଟଣାରେ ଯାଜପୁର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସେମାନଙ୍କୁ କୋର୍ଟକୁ ପଠାଯାଇଛି।

ଉଲ୍ଲେଖଯୋଗ୍ୟ, ଆରୁଅ ଗ୍ରାମରେ ମା’ ହିଙ୍ଗୁଳାଙ୍କ ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ତଥା ଖଣି ମାଫିଆଙ୍କର ଦ୍ୱାରା ଏହି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଘଟଣା ପରେ ପ୍ରଣବ ବଳବନ୍ତରାୟ କାର୍ଯ୍ୟସୂଚୀ ଅନୁଯାୟୀ ଯଜ୍ଞସ୍ଥଳରେ ମା’ଙ୍କ ଦର୍ଶନ କରି ତାଙ୍କ ବାସଭବନକୁ ଫେରିଥିଲେ । ତେବେ ସେଠିକାର ପଥର ଖଣି ମାଫିଆ ଚକ୍ରାନ୍ତ କରି ଏଭଳି ଘଟଣା ଘଟାଇ ଥାଇପାରନ୍ତି ବୋଲି ପରେ କହିଛନ୍ତି ପ୍ରଣବ।

ବର୍ତ୍ତମାନ ବିଜେଡିର ଯୁବ ଏବଂ ଛାତ୍ର ଶାଖାର ପ୍ରଭାରୀ ହେଉଛନ୍ତି ପ୍ରଣବ କୁମାର ବଳବନ୍ତରାୟ । ସେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Comments are closed.