Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦; ଟିକେଟ କଳାବଜାରୀ ଅଭିଯୋଗରେ ୪ ଗିରଫ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ପାଇଁ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରାଯାଇଛି।

ବିଡାନାସୀ ଥାନା ଅଧିକାରୀମାନେ ଚଢ଼ା ଦରରେ ବିକ୍ରି ହେଉଥିବା ୧୨ଟି ଟିକେଟ୍‌ ଜବତ କରିଛନ୍ତି। ଯେତେବେଳେ କି ସହରର ଦରଘା ବଜାର ଥାନା ଅଞ୍ଚଳରୁ ୯ଟି ଟିକେଟ୍‌ ଜବତ କରାଯାଇଛି।

ସୂତ୍ର ଅନୁଯାୟୀ ଗିରଫଦାରୀ ସମୟରେ ଉଦ୍ଧାର ହୋଇଥିବା ପ୍ରିଣ୍ଟେଡ୍ ଟିକେଟ୍‌ ସହିତ ମ୍ୟାଚ୍ ଏଣ୍ଟ୍ରି ପାସ୍‌ ମଧ୍ୟ ଜବତ କରାଯାଇଛି। ଘଟଣା ସମ୍ପର୍କରେ ଦୁଇଟି ଥାନାରେ ଚାରୋଟି ପୃଥକ ମାମଲା ରୁଜୁ କରାଯାଇଛି ବୋଲି ସେମାନେ କହିଛନ୍ତି।

କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ କହିଛନ୍ତି ଯେ ଟିକେଟ୍‌ କଳାବଜାରୀରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 

Leave A Reply

Your email address will not be published.