Latest Odisha News

BREAKING NEWS

ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ସମ୍ପର୍କୀୟଙ୍କ ହଙ୍ଗାମା, ୪ ଗିରଫ

ଭବାନୀପାଟଣା: ସମ୍ପର୍କୀୟଙ୍କ ମୃତ୍ୟୁକୁ ନେଇ ହଙ୍ଗାମା କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ସୋମବାର ଦିନ ଚାରି ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ଜଣକୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। ସ୍ଥାନୀୟ କମଠଣା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କର ଏପ୍ରିଲ୍ ୨୩ରେ ମୃତ୍ୟୁ ହୋଇଥିଲା। ଯାହା ପରେ ତାଙ୍କ ପରିବାର ଓ ଗ୍ରାମବାସୀ ମାନେ ଚିକିତ୍ସା ଅବହେଳାରୁ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ।

ସେମାନେ ଚେଲିଆମଲାର ଏବଂ କୁସୁମଦାର ଗାଁର ବାସିନ୍ଦା ବୋଲି ଜଣାପଡିଛି। ଏନେଇ କଳାହାଣ୍ଡି ଏସପି ସରାଭନ ବିବେକ ଏମ କହିଛନ୍ତି ଯେ ତିନି ଜଣଙ୍କୁ କୋର୍ଟକୁ ପଠାଯାଇଥିବା ବେଳେ ଅନ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି।

Comments are closed.