Latest Odisha News

BREAKING NEWS

ଭସାଣ ଲାଗି ବ୍ରହ୍ମପୁରରେ ୪ କୃତ୍ରିମ ପୋଖରୀ

ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ଚାରିଆଡେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରେ ୪ଟି କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ ବୋଲି ସୂଚନା ମିଳିଛି।

ଫାଷ୍ଟ ଗେଟ୍‌, ମାଙ୍ଗୋ ମାର୍କେଟ୍‌, ଗୋଷାଣୀ ନୂଆଗାଁ ଓ ଆମ୍ବପୁଆ ବିବେକ ବିହାର ଆଦି ସ୍ଥାନରେ କୃତ୍ରିମ ପୋଖରୀ ହେବ ।

କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ପାଇଁ ପୂଜା କମିଟି ଗୁଡିକୁ ଅନୁରୋଧ କରାଯାଇଛି ଏବଂ ସମସ୍ତଙ୍କୁ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କିଛି ପୂଜା କମିଟି ସୋମବାର ଦିନ ମୂର୍ତ୍ତି ବିସର୍ଜନ କରିବାକୁ ଥିବା ବେଳେ ଆଉ କିଛି ମଙ୍ଗଳବାର ଦିନ ବିସର୍ଜନ କାର୍ଯ୍ୟ କରିବେ ବୋଲି ଜଣାପଡିଛି ।

 

Leave A Reply

Your email address will not be published.