Latest Odisha News

BREAKING NEWS

ମାହୀ ଭାଇ…ସବୁବେଳେ ଠିକ୍ ରାସ୍ତା ଦେଖାଇଛନ୍ତି : ଚହଲ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପ୍ରଦର୍ଶନରେ ପ୍ରଶଂସକଙ୍କୁ ନିରାଶ କରିଛି । ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ଲୋକପ୍ରିୟତା ଓ ଦକ୍ଷତା ଉପରେ ଏବେ ବି ବିଶ୍ୱାସ ବଜାୟ ରଖିଛନ୍ତି ପ୍ରଶଂସକ । ଜୁନିୟର ଖେଳାଳିମାନେ ଧୋନୀଙ୍କୁ ସର୍ବଦା ଆଦର୍ଶ ଭାବେ ବିଚାର କରିଛନ୍ତି ।

ସ୍ପିନର ୟୁଜଭେନ୍ଦ୍ର ଚହଲ ଏହି ଅବସରରେ କହିଛନ୍ତି ମାହୀ ଭାଇ…. ସବୁବେଳେ ଠିକ୍ ରାସ୍ତା ଦେଖାଇ ଆସିଛନ୍ତି । ଧୋନୀଙ୍କ ସହ ଆଲୋଚନା କରୁଥିବା ଏକ ଫଟୋ ସେ ନିଜ ଅଫିସିଆଲ ଇନଷ୍ଟାଙ୍ଗ୍ରାମରେ ଛାଡିଛନ୍ତି । ଯାହାକୁ ସମସ୍ତେ ପସନ୍ଦ କରୁଛନ୍ତି । ଫଟୋରେ ଧୋନୀ ଚାହଲଙ୍କୁ ବୋଲିଂ ସମ୍ପର୍କରେ କିଛି କହୁଥିବା ଜଣାପଡୁଛି । ଚେନ୍ନାଇ ଚଳିତ ସଂସ୍କରଣରେ ପ୍ରାୟତଃ ନକଆଉଟ ପର୍ଯ୍ୟାୟରୁ ବାଦ୍ ପଡିସାରିଛି ।

Leave A Reply

Your email address will not be published.