Latest Odisha News

BREAKING NEWS

ଏହି ସମସ୍ତ ଖାଦ୍ୟ କରନ୍ତୁ ସେବନ, କମିବ ଆପଣଙ୍କ ଓଜନ….

ମୋଟାପଣ ଚିନ୍ତାର ମୁଖ୍ୟ କାରଣ । ଓଜନ ହ୍ରାସ ନିମନ୍ତେ ସମସ୍ତେ ବହୁ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଥାଆନ୍ତି । ତେବେ ଓଜନ ହ୍ରାସ ନିମନ୍ତେ ଖରାଦିନକୁ ସବୁଠାରୁ ଉତ୍ତମ ଦିନ ବୋଲି କୁହାଯାଏ। ଏହି ଋତୁରେ ମୋଟାପଣ ହ୍ରାସ ପାଇଁ ବିଭିନ୍ନ ଉପାୟ ଆପଣାଇ ପାରିବେ। ଖରାଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଓ ପାନୀୟ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ମୋଟାପଣ ସମସ୍ୟା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡ଼ିକ କଣ ?

ଲେମ୍ବୁରେ ରହିଛି ଔଷଧୀୟ ଗୁଣ । ଯାହା ପ୍ରାକୃତିକ ଭାବେ ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ଏହା ଶରୀରରୁ ଫ୍ୟାଟ୍‌‌ ଦୂର କରିଥାଏ। ତେଣୁ ନିୟମିତ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ମୋଟାପଣ ଦୂର ହୋଇଥାଏ।

କଲରାରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଏଥିରେ ପ୍ରୋଟିନ, କାବ୍ରୋହାଇଡ୍ରେଟ, କ୍ୟାଲସିୟମ, ଆଇରନ, ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଏହାର ସେବନ କରିବା ଦ୍ୱାରା ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତରଭୂଜ ବେଶ ଲାଭଦାୟକ । ଏଥିରେ ଫାଇବର, ପୋଟାସିୟମ, ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏହା ଶରୀରରେ ଜଳର ଅଭାବ ଦୂର କରିଥାଏ। ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିବା ଭଳି ଅନୁଭବ ହୋଇଥାଏ । ଫଳରେ ବାରମ୍ବାର ଖାଦ୍ୟ ଖାଇବାର ଆବଶ୍ୟକତା ନଥାଏ । ଓଜନ ହ୍ରାସ ପାଇଁ ଏହାକୁ ନିଜ ଖାଦ୍ୟରେ ସାମିଲ କରିପାରିବେ। ଏହାକୁ ସାଲାଡ ଭାବେ ମଧ୍ୟ ଖାଇପାରିବେ।

ସ୍ୱାସ୍ଥ୍ୟ ପାଇଁ ଉପକାରି ଦହି । ଦହି ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏହାସହ ଖାଦ୍ୟକୁ ଭଲ ଭାବେ ହଜମ ମଧ୍ୟ କରିଥାଏ। ଏଥିସହ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ଲାଗିଥାଏ। ଦହି ସରବତ ମଧ୍ୟ ପିଇ ପାରିବେ। ଖରାଦିନେ ଏହାର ସେବନ ଦ୍ୱାରା ଖୁବ ଶୀଘ୍ର ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ।

 

Leave A Reply

Your email address will not be published.