Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ ବିଷୟରେ ଅନେକ କିଛି ତଥ୍ୟ ଆମେ ଆଲୋଚନା କରିସାରିଲେଣିଭ। ତଥାପି ଲାଗୁଛି ଆମର ଆଲୋଚନା ସମ୍ପୂର୍ଣ୍ଣ ନୁହେଁ। ଏହାର ପ୍ରକୃତ କାରଣ ହେଲା ସେବାରେ ବୈଚିତ୍ରତା ଓ ସେବକମାନଙ୍କ ବିବିଧତା। କେତେବେଳେ ଗୋଟିଏ ପ୍ରକାର ସେବା କିନ୍ତୁ ସେବକ ଅଲଗା ଅଲଗା (ସ୍ଥାନ କାଳ କୁ ନେଇ )। ପୁଣି କେତେବେଳେ ଗୋଟିଏ ସେବକ ଗୋଷ୍ଠୀ। କିନ୍ତୁ ସେବାରେ ବିବିଧତା। ଏଇ ଯେମିତି ଆଜି ଆଲୋଚନା କରିବା କରଣ ସେବକ ଗୋଷ୍ଠୀର କଥା, ଏମାନେ ତଡଉ କରଣ, ବଇଠି କରଣ, ଦେଉଳ କରଣ, କୋଠ କରଣ, ଚର୍ଚ୍ଚାଇତ କରଣ, ଚାଉଳବଛା କରଣ ବେହେରା କରଣ ଇତ୍ୟାଦି। ଆଜି ଏହି କରଣ ସେବା ଅନ୍ତର୍ଗତ ଏକ ସେବକ “ମାପ ସାଇତା କରଣ “ଙ୍କ ବିଷୟରେ ଜାଣିବା। କାରଣ ଏହି ସେବା ବଂଶାନୁକ୍ରମିକ ଭାବରେ ଚାଲିବାକୁ ଥିଲେ ମଧ୍ଯ ବର୍ତ୍ତମାନ ଏହା କୌଣସି କାରଣରୁ ବନ୍ଦ ଅଛି। ଏମାନେ ଶାଢ଼ୀ ବନ୍ଧା ସେବା ପ୍ରଦାନ କରୁଥିବା କରଣ ସେବକ ଥିଲେ। ଏହାର ଅନ୍ୟ ନାମ ମହା ପ୍ରଶସ୍ତ ସେବା ଅଟେ। ମୁଖ୍ୟତଃ ଏହି ସେବାର କାମ ଥିଲା ଦୈନିକ ଓ ପର୍ବ ପର୍ବାଣୀ ସମୟରେ ଭୋଗ ସରିଲେ ତାହା ବାହାରକୁ ଅଣlଇ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ସେବକ ଶ୍ରୀମନ୍ଦିର ଦ୍ୱାରା ପ୍ରସ୍ତୁତ ତାଲିକା ଅନୁଯାୟୀ ଅନ୍ୟ ସେବକ ମାନଙ୍କ ମଧ୍ୟରେ ଖେଇ (ଭୋଗର ଏକ ସ୍ୱତନ୍ତ୍ର ଭାଗ ଯାହା ସେହି ସେବକ ପାଇବା ଯୋଗ୍ୟ )ବାଣ୍ଟନ୍ତି ଓ ପସରାମାନଙ୍କୁ ଜିନିଷ ପଠାନ୍ତି। ଏହିଠାରେ କହି ରଖେ ପୂର୍ବ ନିର୍ଦ୍ଧାରିତ ସତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ସେବକମାନେ ନିର୍ଦ୍ଧିଷ୍ଟ ପରିମାଣରେ ଏହି ଖେଇ ପାଇବାର ବ୍ୟବସ୍ଥା ହୋଇଛି। ଏହା ସେମାନଙ୍କ ସମ୍ପୂର୍ଣ ପାରିଶ୍ରମିକ ନହେଲେ ମଧ୍ଯ ଏକ ପ୍ରକାର ପାରିଶ୍ରମିକ ଭାବରେ ବିବେଚିତ ହୋଇଥାଏ।
ତେଣୁ ଏହାର ସୁବଣ୍ଟନ ପାଇଁ ମାପ ସାଇତା କରଣ ସେବାର ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସମୟରେ ଏହି ଖେଇ ପ୍ରଦାନକୁ ଏତେ ପ୍ରାଧାନ୍ୟ ଦିଆଯାଉ ନଥିବାରୁ ଏହି ସେବା ବନ୍ଦ ହୋଇଛି। ଆଗାମୀ ଅଧ୍ୟୟରେ ଅନ୍ୟାନ୍ୟ ମୂଖ୍ୟ କରଣ ସେବା ବିଷୟରେ ଆଲୋଚନା କରିବା। ଏବେ କିନ୍ତୁ ଆରାଧନା ଓ ଭାଗବତ ପଠନର ସମୟ ଠିକ ସବୁଦିନ ପରି ।

କାମ ଜଡିତ ମୋର ମନେ
ବିଷମ ବିଷୟା ଚିନ୍ତାନେ ।
. ତୋର ଭକତି ନାହିଁ ଚିତ୍ତେ
ମନକୁ ଜିଣିବି କେମନ୍ତେ ।
ତୋର ସ୍ମରଣ ଯାର ଦୂର
କି ରୂପେ ତ୍ୟାଗ ଏ ସଂସାର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.