ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଏକା ସମୟରେ ଠାବ ହେଲେ ୪ ଟି ବିରଳ କଳାବାଘ । ଏହି ବାଘ ଗୁଡିକ ଜଙ୍ଗଲରେ ଏକାଠି ବୁଲୁଥିବା ବେଳେ ବନ ବିଭାଗ କ୍ୟାମେରାରେ କଏଦ ହୋଇଛି । ଏହାର ଏକ ଭିଡିଏ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।
ଜାରି ହୋଇଥିବା ଭିଡିଓରେ ସମସ୍ତ ବାଘ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି । ଏମାନଙ୍କୁ ସିଡୋ ମେଲାନିଷ୍ଟିକ ଟାଇଗର ବୋଲି ମଧ୍ୟ କୁହାଯାଏ । ତେବେ ଶିମିଳିପାଳ ଅଭୟାରଣ୍ୟରେ କେବଳ ୧୦ଟି ସିଡୋ ମେଲାନିଷ୍ଟିକ ବା କଳାବାଘ ରହିବା ନେଇ ପୂର୍ବରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଥିବାବେଳେ, ଏହି ୪ ଟି ବାଘ ଚିହ୍ନଟ ପରେ ସମ୍ପୂର୍ଣ୍ଣ ରୂପେ ଚିହ୍ନଟ ହୋଇଛି ଯେ, ଏହା ଉକ୍ତ ଜଙ୍ଗଲର ବୋଲି ।
Nature never fails to surprise us. This is one of the rarest of the rare…
A complete Pseudo melanistic tiger family from the forests of Odisha😌 pic.twitter.com/SQx6dQo3sD— Susanta Nanda (@susantananda3) January 7, 2024
ତେବେ ଗତବର୍ଷ ନଭେମ୍ବର ୨୯ ତାରିଖରେ କେନ୍ଦ୍ରୀୟ ଓଡିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏକ କଳା କଲରାପତରିଆ ବାଘ ଦେଖିବାକୁ ମିଳିଥିଲା । ଏହାପରେ ଡିସେମ୍ବର ୨ ତାରିଖରେ ମଧ୍ୟ ଶିମିଳିପାଳ ରେ ଦୁଇଟି କଳା ବାଘ ଦେଖିବାକୁ ମିଳିଥିଲେ ।
Comments are closed.