Latest Odisha News

BREAKING NEWS

ଅଜଣାଗାଡି ଧକ୍କାରେ ୩ ମୃତ, ତଦନ୍ତ ଜାରି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୌରପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ କୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଖବର ଅନୁଯାୟୀ, ଆଜି ଭୋର ସମୟରେ ଝାରସୁଗୁଡ଼ା ଜାତୀୟ ରାଜପଥ-୪୯ ନମ୍ବର ବେଲପାହାଡ଼ ଗଉରପଡ଼ା ନିକଟରେ ଏକ ବାଇକ ରେ ତିନି ଜଣ ଯାଉଥିବାବେଳେ, ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ତେବେ ଭୋର ସମୟ ହୋଇଥିବାରୁ ତା ସହ ପୁଣି କୁହୁଡି ତେଣୁ ଗାଡି ଟିକୁ ଧକ୍କା ଦେଇ ଖସି ପଳାଇବାରେ ସୁବିଧା ହୋଇଥିଲା ।

ସେପଟେ ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବେଲପାହାଡ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.