Latest Odisha News

BREAKING NEWS

୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ବଲିଉଡ୍ ତାରକା

ନୂଆଦିଲ୍ଲୀ : କରୋନାରେ ଦୁଇ ବର୍ଷ ଲକଡାଉନ ଓ ସଟ୍ ଡାଉନରେ କଟିବା ପରେ ୨୦୨୨ ଟିକେ ଆଶ୍ୱସ୍ତି ଦେଇଥିଲା । ବଲିଉଡ୍ ପାଇଁ ୨୦୨୨ ସଂଘର୍ଷର ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବନି । କାରଣ ଥିଏଟର ବନ୍ଦ କାରଣରୁ ବଲିଉଡ୍ ଜଗତରେ କଳାବାଦଲ ଛାଇଥିଲା । ୨୦୨୨ରେ ଫିଲ୍ମରୁ ଦୂରେଇ କିଛି ତାରକା ସଂସାର ଆଡ଼େ ମନ ବଳାଇଥିଲେ ।

ଚଳିତବର୍ଷ ବଲିଉଡ ତାରକାଙ୍କ ବିବାହ ମଧ୍ୟରୁ ସବୁଠୁ ଆକର୍ଷଣୀୟ ହୋଇଥିଲା ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ମ୍ୟାରେଜ୍ । ଏପ୍ରିଲ ୧୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ସେହିପରି ଫରହାନ୍ ଅଖତାର ଓ ସିବାନୀ ଦାଣ୍ଡେକରଙ୍କ ବିବାହ ହୋଇଥିଲା ୧୯ ଫେବୃୟାରୀରେ ।

ଦ ଗୋଲ୍ଡ ଆଣ୍ଡ ମେଡ୍ ଇନ୍ ଚାଇନା ଅଭିନେତ୍ରୀ ମଉନି ରୟ ନିଜର ବିଜନେସ୍ ବୟଫ୍ରେଣ୍ଡ ସୁରଜ୍ ନାମବିଅରଙ୍କୁ ଜାନୁଆରୀ ୨୭ ତାରିଖରେ ବିବାହ କରିଥିଲେ ।

ସେହିପରି ବିକ୍ରମ ମାସି ଓ ଶୀତଲ ଠାକୁର ମଧ୍ୟ ହିମାଚଳପ୍ରଦେଶରେ ନିଜ ପରିବାର ଉପସ୍ଥିତିରେ ବିବାହ କରିଥିଲେ । ବି-ଟାଉନ୍ ର ଏହି ଯୋଡ଼ିଙ୍କ ବିବାହ ଚର୍ଚ୍ଚିତ ହୋଇଥିଲା ।

Leave A Reply

Your email address will not be published.