Latest Odisha News

BREAKING NEWS

୪ ଭଙ୍ଗା କାଠ ଚୌକିର ମୂଲ୍ୟ ୨୨ କୋଟି !

ପ୍ୟାରିସ: ବିଶ୍ୱାସ ନ ହେଲେ ବି ସତ । ୪ଟି ଭଙ୍ଗା କାଠ ଚୌକି ୨୨ କୋଟି ଟଙ୍କାରେ ନିଲାମ ହୋଇଛି । ଫ୍ରାନ୍ସରେ ଏହି ଅବିଶ୍ୱସନୀୟ ଘଟଣା ଘଟିଛି । ୧୭୭୮ ମସିହାରେ ଫ୍ରାନ୍ସର ରାଜା ଲୋଇସ,ତାଙ୍କ ସାନ ଭାଇ ଚାର୍ଲ୍ସ ଓ ସାନ ଭଉଣୀଙ୍କ ପାଇଁ ଏହି ଚୌକି ତିଆରି କରିଥିଲେ । ପ୍ୟାରିସ କାରିଗରମାନେ ଏହାକୁ ସ୍ୱତନ୍ତ୍ର ଭାବେ ଖୋଦିତ କରାଯାଇଥିଲା ।

ଦୀର୍ଘ ଦିନ ବିତି ଯାଇଥିବାରୁ ଚୌକିଗୁଡିକ ପ୍ରାୟତଃ ନଷ୍ଟ ହୋଇଯାଇଛି ତଥାପି ଏହାର କଳାକୃତି ଅନେକଙ୍କୁ ଆକୃଷ୍ଟ କରୁଛି । ନିକଟରେ ଏକ କଳାକୃତି କମ୍ପାନୀ ପକ୍ଷରୁ ଏହାର ନିଲାମ କରାଯାଇଥିଲା । ୪ କୋଟିରେ ଏହା ବିକ୍ରି ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଶେଷରେ ୨୨କୋଟିରେ ପଂହଚିଥିଲା । ଏହା ଅମୂଲ୍ୟ ଏବଂ ଅତୁଳନୀୟ ବୋଲି ନିଲାମ ନେଇଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି ।

Leave A Reply

Your email address will not be published.