Latest Odisha News

BREAKING NEWS

ପିଏଫଆଇ,ଏସଡିପିଆଇକୁ ବ୍ୟାନ କରିବ କର୍ଣ୍ଣାଟକ ସରକାର

ବାଙ୍ଗାଲୋର: ଇସଲାମିକ ସଂଗଠନ ପପୁଲାର ଫ୍ରଂଟ ଅଫ ଇଣ୍ଡିଆ (ପିଏଫଆଇ) ଓ ଏହାର ରାଜନୈତିକ ଦଳ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ)କୁ ବ୍ୟାନ କରିବା ପାଇଁ କର୍ଣ୍ଣାଟକ ସରକାର ଯୋଜନା କରୁଛନ୍ତି । ଏହି ଦୁଇ ସଂଗଠନ ବାଙ୍ଗାଲୋର ହିଂସାକାଣ୍ଡ ଘଟାଇଥିଲେ । କ୍ୟାବିନେଟ ପୋଲିସକୁ ଏ ନେଇ ରିପୋର୍ଟ ମାଗିଛି ।

ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ଏହା ବ୍ୟାନ କରାଯିବ କି ନାହିଁ ତାହା ବିଚାର କରାଯିବ । ବିଜେପି ଓ କଂଗ୍ରେସର ନେତାମାନେ ବ୍ୟାନ ସପକ୍ଷରେ ମତ ଦେଇଛନ୍ତି । ୧୧ ଅଗଷ୍ଟ ହିଂସା ପଛରେ ହାତ ଥିବା ପ୍ରମାଣିତ ହୋଇ ସାରିଛି । ଯାହା କିଛି କ୍ଷତି ହୋଇଛି ତାହା ଦଙ୍ଗକାରୀଙ୍କଠାରୁ ଆଦାୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.