ପୋଲସରା: ଆଖି ବୁଜିଲେ ୩ ଶିଶୁ । ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଖରଛଟା ଗାଁରେ ପାଳ ଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର ହେବା ଘଟଣାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ ଶିଶୁମାନେ ହେଲେ ସାଇରାମ ଜାନି, ଦୀପକ ଗୌଡ ଓ ଇତିଶ୍ରୀ ଜେନା । ଅନ୍ୟ ଜଣେ ଶିଶୁ ଆଲୋକ ଜେନା ଏବେବି ଗୁରୁତର ଅଛନ୍ତି । ସମସ୍ତ ଶିଶୁଙ୍କ ବୟସ ୭ରୁ ୯ ବର୍ଷ ହେବ ବୋଲି ସୂଚନା ମିଳିଛି ।
ଆଜି ସକାଳେ ଚାରିଜଣ ଛୋଟ ପିଲା ମିଶି ଖେଳୁଥିବା ସମୟରେ ଅଚାନକ ପାଳ ଗଦାରେ ନିଆଁ ଲାଗି ଯାଇଥିଲା। ଉକ୍ତ ନିଆଁରେ ଚାରିଜଣ ଶିଶୁ ପୋଡି ଯାଇଥିଲେ । ଶିଶୁଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଏବଂ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ଜ୍ଞଳମଶ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ତିନି ଜଣ ଶିଶୁ ଆଖିବୁଜି ଥିବା ଜଣାପଡିଛି । ଅନ୍ୟପଟେ କେଉଁ କାରଣରୁ ପାଳଗଦାରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ ।
BREAKING NEWS
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
Comments are closed.