ପୋଲସରା: ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଶିଶୁ ଜଳି ଯାଇଛନ୍ତି । ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ପୋଲସରା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଝିଅ ଥିବା ଜଣାପଡିଛି ।
ସୂଚନା ମୁତାବକ ଖଳାରେ ଥିବା ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ଶିଶୁମାନେ ନିଆଁ ସଂସ୍ପର୍ଶରେ ଆସିଥିଲେ । ପରେ ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ପାଳଗଦାରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ ।
BREAKING NEWS
- Odia movie Kangula: ଏହି ଦିନ ରିଲିଜ ହେବ ଫିଲ୍ମ ‘କାଙ୍ଗୁଲା’;ଅନୁଗୁଳର କାଙ୍ଗୁଲା ଗାଁର ଦଣ୍ଡନାଚ ପରମ୍ପରାକୁ ନେଇ…
- Ladakh protest: ଲଦାଖରେ ବିଶାଳ ପ୍ରତିବାଦ ;ରାଜ୍ୟ ମାନ୍ୟତା ଦାବି କରି ରାସ୍ତାକୁ ଓହ୍ଲାଇଲେ…
- କୋହଲି ବାଛିଲେ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆରସିବି ଏକାଦଶ
- ଦିନିକିଆ କ୍ରିକେଟକୁ ବାଇ ବାଇ କରିଦେବେ କି ସୂର୍ଯ୍ୟକୁମାର
- ଏସସିବି ଅଗ୍ନି ଦୁର୍ଘଟଣା; ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ
- ଗମ୍ଭୀର କହିଲେ ମଣିଷ ମାନେ ଭୁଲ ରହିବ
- ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ
- ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଇମାନୁଏଲ ମାକ୍ରନ, କହିଲେ ପଡୋଶୀ ଦେଶ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କର..
- Cross-Voting in Rajya Sabha Election: ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ
- Rajya Sabha Poll Row: ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍ ନେଇ ବିବାଦ, ବିଜେପି ପ୍ରକ୍ରିୟାରେ ହେରଫେର କରୁଛି ବୋଲି ବିରୋଧୀଙ୍କ ଅଭିଯୋଗ
Comments are closed.