Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ; ବାଲୁକାକଳାରେ ସ୍ୱାଗତ କଲେ ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭାରତ ଗସ୍ତ ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ ଜଣାଇଛନ୍ତି ।

ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି । ଉକ୍ତ ବାଲୁକା କଳାରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ସ୍ୱାଗତ କରାଯାଉଛି।

ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି ।

ଏହି ବାଲୁକା କଳା ଦେଖିବା ଶହଶହ ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଆଉ କିଛି ଦର୍ଶକ ସେଲଫି ମଧ୍ୟ ଉଠାଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ: ବାହୁବଳୀ ଲୁକରେ ଡୋନାଲ୍ଡ୍ ଟ୍ରମ୍ପ; ଦେଖନ୍ତୁ ଭିଡିଓ

ଉଲ୍ଲେଖଯୋଗ୍ୟ ଭାରତ ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଯାହା ଦୁଇ ଦେଶ ମଧ୍ୟରେ ସହଭାଗିତା ଓ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହୋଇପାରିବ ।

 

Leave A Reply

Your email address will not be published.