Latest Odisha News

BREAKING NEWS

ଖସୁଛି ପାରଦ; ୧୫ ଡିଗ୍ରୀ ତଳେ ରାଜ୍ୟର ୪ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଖସୁଛି ତାପମାତ୍ରା। ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ଖସୁଥିବା ଜଣାପଡିଛି।

ସୂଚନାନୁସାରେବ୨୪ ଘଣ୍ଟାରେ ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୧୪.୪, ଦାରିଙ୍ଗବାଡ଼ିରେ ୧୪.୫ ଓ ଅନୁଗୁଳରେ ୧୪.୬ ଡିଗ୍ରି ରେକର୍ଡ ହୋଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କରିଥିବା ଆକଳନ ଅନୁଯାୟୀ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ଆଉ ୧ଡ଼ିଗ୍ରୀ କମିପାରେ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ ଆଗାମୀ ୨ଦିନ ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ଆହୁରି ୨ରୁ ୩ଡ଼ିଗ୍ରୀ ଯାଏଁ ହ୍ରାସ ପାଇବ। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ଡ଼ିଗ୍ରୀ ହ୍ରାସ ପାଇବ।

ଅନ୍ୟପଟେ ନଭେମ୍ବର ୧୧ରେ ଉପକୂଳ ଓଡ଼ିଶା, କନ୍ଧମାଳ ଓ ରାୟଗଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.