Latest Odisha News

BREAKING NEWS

ଆମେରିକାବାସୀଙ୍କୁ ବାଇଡେନଙ୍କ ପ୍ରତିଶ୍ରୁତି: ସମାଜକୁ ଭାଙ୍ଗିବି ନାହିଁ, ଯୋଡିବି

ଓ୍ୱାଶିଂଟନ୍: ମିଶନ ହ୍ୱାଇଟ ହାଉସ୍ ସସପେନ୍ସ ସରିଛି । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ବିଜୟୀ ହୋଇଛନ୍ତି ଜୋ ବିଜେଡ୍ । ନିର୍ବାଚନ ଜିତିବା ପରେ ଆମେରିକାବାସୀଙ୍କୁ ଆଜି ସମ୍ୱାଧିତ କରିଛନ୍ତି । ବାଇଡେନ୍ କହିଛନ୍ତି, ଦେଶବାସୀଙ୍କୁ ତାଙ୍କୁ ସ୍ପଷ୍ଟ ବହୁମତ ଦେଇଛନ୍ତି । ଏହା ପୁରା ଆମେରିକାବାସୀଙ୍କ ବିଜୟ ।
ସମାଜକୁ ଭାଙ୍ଗିବା ନୁହେଁ, ସମସ୍ତଙ୍କୁ ଏକାଠି କରି ରଖିବାର ପ୍ରତିଶ୍ରୁତି ଦେଇଛନ୍ତି ଜୋ ବାଇଡେନ୍ । ଏଭଳି ରାଷ୍ଟ୍ରପତି ଭାବରେ କାର୍ୟ୍ୟ କରିବାକୁ ଶପଥ ନେଉଛନ୍ତି ବୋଲି କହିଛନ୍ତି । ଆମେରିକାବାସୀ ରେକର୍ଡ ସଂଖ୍ୟକ ୭ କୋଟି ୪୦ ଲକ୍ଷ ଭୋଟ ଦେଇ ବିଜୟୀ କରାଇଛନ୍ତି । ଏବେ ପୁରୁଣା ରାଗ ଛାଡ଼ି ପରସ୍ପର ଏକାଠି ହୋଇ ରାଷ୍ଟ୍ରକୁ ଆଗେଇ ନେବାର ଆହ୍ୱାନ ଦେଇଛନ୍ତି ବାଇଡେନ୍ ।

କମଲା ହାରିସଙ୍କ ସମ୍ୱୋଧନ
ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ । ସେ ନିଜ ସମ୍ବୋଧନରେ କହିଛନ୍ତି, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସଂଗ୍ରାମ ଆବଶ୍ୟକ । ଏହା ବଳିଦାନ ଆବଶ୍ୟକ କରେ । କିନ୍ତୁ ପରେ କେବଳ ସୁଖ ଓ ସମୃଦ୍ଧି ମିଳିଥାଏ । କାରଣ ଆମ ପାଖରେ ଏକ ସୁରକ୍ଷିତ ଓ ଉତ୍ତମ ଭବିଷ୍ୟତ ଗଠନ କରିବାର ଶକ୍ତି ଅଛି ।

ଏହି ଅବସରରେ ନିଜ ମାଆଙ୍କୁ କୃତଜ୍ଞତା ଜଣାଇଥିଲେ କମଲା ହାରିସ । ତାଙ୍କ ମାଆ ୧୯ ବର୍ଷ ବୟସରେ ଭାରତରୁ ଆସିଥିଲେ ଆମେରିକା । ସେତେବେଳେ ସେ ଏପରି ମୁହୂର୍ତ୍ତ ବିଷୟରେ କେବେ ଚିନ୍ତା କରିନଥିଲେ । କିନ୍ତୁ ସେ ବିଶ୍ୱାସ କରୁଥିଲେ ଯେ, ଆମେରିକାରେ ଏହା ସମ୍ଭବ ହୋଇପାରିବ ।

Leave A Reply

Your email address will not be published.