Latest Odisha News

BREAKING NEWS

ପୁଣି ବଢ଼ିଲା ଜାଡ଼: ୧୫ ଡିଗ୍ରୀ ତଳେ ରାଜ୍ୟର ୪ଟି ସହର ତାପମାତ୍ରା

ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଥଣ୍ଡା । ରାଜ୍ୟରେ ପୁଣି ଥରେ ଶୀତ ଅନୁଭୂତ ହୋଇଛି । ଗତକାଲି ସବୁଠୁ ଥଣ୍ଡା ସହର ଥିଲା ସୋନପୁର । ସେଠାରେ ୧୧.୪° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସୋନପୁର ସମେତ ରାଜ୍ୟର ୪ଟି ସହରରେ ପାରଦ ୧୫° ତଳେ ରହିଥିଲା । ଝାରସୁଗୁଡ଼ାରେ ୧୩°C, ଫୁଲବାଣୀରେ ୧୪.୩°C ଓ ତାଳଚେରରେ ରେକର୍ଡ ହୋଇଥିଲା ୧୪.୬°C ତାପମାତ୍ରା । ଏହି ସମୟରେ ଭୁବନେଶ୍ୱରରେ ପାରଦ ୨୧.୧°C ଓ କଟକରେ ୧୯.୫°C ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର ।

ଆଜି ସକାଳୁ ଭବାନୀପାଟଣା ଓ ଫୁଲବାଣୀରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଦୃଶ୍ୟମାନ ଦୂରତା ୫୦ମିଟରରୁ କମ୍ ଥିଲା ।  ଆଗାମୀ ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ଆହୁରି ଖସିବ ପାରଦ । ଅଧିକ ଥଣ୍ଡା ଅନୁଭୂତ ହେବ । ଏବେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପରେ ଶୀତ ଅଧିକ ବଢ଼ିବ ।

Leave A Reply

Your email address will not be published.