Latest Odisha News

BREAKING NEWS

୩ କୋଭିଡ ଯୋଦ୍ଧାଙ୍କ ସହ ଗଞ୍ଜାମରେ ୪ କରୋନା ପଜିଟିଭ ଚିହ୍ନଟ

ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ରବିବାର ଦିନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଏହି ସମସ୍ତ ଆକ୍ରାନ୍ତମାନେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ଆକ୍ରାନ୍ତ ହୋଇଥିବା ନେଇ ଟ୍ୱିଟରେ ଉଲ୍ଲେଖ ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ କରୋନା ଯୋଦ୍ଧା ରହିଛନ୍ତି । ତନ୍ମଧ୍ୟରୁ ଚିକିଟି ଅଞ୍ଚଳରୁ ୨ ଓ ସେରଗଡରୁ ଜଣେ ରହିଛନ୍ତି । ଏହାଛଡା ଅନ୍ୟଜଣେ ବ୍ୟକ୍ତି ସାନଖେମୁଣ୍ଡି ବ୍ଲକର ବୋଲି ଜଣାପଡିଛି ।

Leave A Reply

Your email address will not be published.