Latest Odisha News

BREAKING NEWS

ବର୍ଷା ସହ ବଜ୍ରପାତ ଆଶଙ୍କା: ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ଶୁକ୍ରବାର ପ୍ରାୟ ୧୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା ।
ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା ଓ ଅନୁଗୁଳର କିଛି ସ୍ଥାନରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ମିଳିଛି ।
ଅନ୍ୟପଟେ ଗଞ୍ଜାମ, ଗଜପତି, କେନ୍ଦ୍ରାପଡା,ଜଗତସିଂହପୁର, ବାଲେଶ୍ଵର, ସମ୍ବଲପୁର, ପୁରୀ, ସୁନ୍ଦରଗଡ, ବରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ଭଦ୍ରକ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୨ ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.