Latest Odisha News

BREAKING NEWS

ସୁନ୍ଦରଗଡରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ଆଉ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩ ପଜିଟିଭ ଜଣେ କରୋନା ଅକ୍ରାନ୍ତଙ୍କ ପରିବାର ସଦସ୍ୟ । ଯେଉଁମାନେକି ରାଉରକେଲାର ବିପିୟୁଟି ସ୍ଥିତ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ଅପରପକ୍ଷରେ ୪ର୍ଥ ବ୍ୟକ୍ତି ଜଣକ ଗୋଆ ଫେରନ୍ତା ହୋଇଥିବା ବେଳେ ସେ ଲେଫ୍ରିପଡା ବ୍ଲକର ଡୁମବାହାଲ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ ବୋଲି ଜଣାପଡିଛି ।

ତେବେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ମେଡିକାଲକୁ ପଠାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.