Latest Odisha News

BREAKING NEWS

ଆସନ୍ତୁ ଜାଣିବା ମହାକାଶର ରହସ୍ୟମୟ ବ୍ଲାକହୋଲ୍ ବିଷୟରେ ଯାହାର ସ୍ପନ୍ଦନ ଅଛି !

ନୂଆଦିଲ୍ଲୀ: ଅନ୍ତରୀକ୍ଷର ରହସ୍ୟମୟ ଘଟଣା ସର୍ବଦା ମନୁଷ୍ୟକୁ ଆକୃଷ୍ଟ କରି ଆସୁଛି । ଏହି ରହସ୍ୟ ଉଜାଗର କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଆସନ୍ତୁ ଜାଣିବା ଏପରି ଏକ ବ୍ଲାକହୋଲ ବିଷୟରେ ଯାହାର ସ୍ପନ୍ଦନ ଅଛି । ୨୦୦୭ରେ ପ୍ରଥମ ଥର ପାଇଁ ଏହି ବ୍ଲାକହୋଲ ବୈଜ୍ଞାନିକମାନେ ଚିହ୍ନଟ କରିଥିଲେ । ମଣିଷର ହୃଦୟରେ ଯେପରି ସ୍ପନ୍ଦନ କାର୍ଯ୍ୟ କରିଥାଏ ସେହିପରି ଏହି ବ୍ଲାକହୋଲରେ ନିୟମିତ ବ୍ୟବଧାନରେ ଉର୍ଜା ଓ ତରଙ୍ଗ ବାହାରୁଛି ।

୨୦୧୧ ପରେ ବୈଷୟିକ ତ୍ରୁଟି ଏବଂ ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁ ଏହା ଉପରେ ଆଉ ନଜର ରଖାଯାଇ ପାରିଲା ନାହିଁ । ୭ ବର୍ଷ ପରେ ପୁନର୍ବାର ନୂତନ ଜ୍ଞାନ କୌଶଳ ସହ ଏହାକୁ ଚିହ୍ନଟ କରାଯାଇଛି । ବ୍ଲାକ ହୋଲ ତା ନିକଟରେ ଥିବା ସମସ୍ତ ପଦାର୍ଥକୁ ନିଜ ଭିତରେ ହଜାଇ ଦେଇଥାଏ । ଏପରିକି ପ୍ରକାଶର କିରଣ ମଧ୍ୟ ନିଜ ଭିରତକୁ ନେଇ ଯାଇଥାଏ । ପରେ ଏହି ବ୍ଲାକହୋଲରୁ ଉର୍ଜା ଓ କିରଣ ବାହାରିଥାଏ । ଅନ୍ୟ ବ୍ଲାକହୋଲ ତୁଳନାରେ ଚିହ୍ନଟ ବ୍ଲାକହୋଲ କିପରି ନିୟମିତ ବ୍ୟବଧାନରେ ଉର୍ଜା ଛାଡିଥାଏ ସେ ନେଇ ଗବେଷଣା ଚାଲିଛି ।

Leave A Reply

Your email address will not be published.