Latest Odisha News

BREAKING NEWS

ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର

ରାୟଗଡ଼ା: ତେଲୁଗୁ ସମ୍ପ୍ରଦାୟ ତରଫରୁ ୟେଦୁ ସାହିରେ ଭୋଗି ଉତ୍ସବ ପାଳନ କରିବା ସମୟରେ ଅଘଟଣ ଘଟିଯାଇଛି। ବାଣ ତିଆରି ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସେମାନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଭିତରୁ ଦୁଇ ଜଣ ୧୧ ବର୍ଷର ବାଳକ ଥିବା ଜଣାପଡ଼ିଛି। ଆହତ ମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନାଯୋଗ୍ୟ, ଦକ୍ଷିଣ ଓଡ଼ିଶା ବିଶେଷ କରି ଆନ୍ଧ୍ର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ଭାବେ ପାଳନ କରିଥାନ୍ତି। ସଂକ୍ରାନ୍ତିର ଦିନଟିଏ ପୂର୍ବରୁ କାଠ ଏବଂ ଘସି ଜାଳି ଭୋଗି ପାଳନ କରିଥାନ୍ତି। ଏହି ଅବସରରେ ୟେଦୁ ସାହିର ଯୁବକ ମାନେ ଭୋଗି ପାଳିବା ଅବସରରେ ବାଣ ବିସ୍ଫୋରଣ ଘଟି ଚାରିଜଣ ଆହତ ହୋଇଛନ୍ତି।

 

Comments are closed.