Latest Odisha News

BREAKING NEWS

ଛତ୍ରପୁର ଆରଟିଓ ଅଫିସ କ୍ୟାମ୍ପସରୁ ୪ ଦଲାଲ ଗୁରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଞ୍ଚଳିକ ପରିବହନ(ଆରଟିଓ) କାର୍ଯ୍ୟଳୟ ପରିସରରେ ଚଢ଼ଉ । ଆଜି ପୋଲିସ ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇ ୪ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଡିଏଲ୍‌, ଆର୍‌ସି ବୁକ୍‌ ପ୍ରମୁଖ ଜବତ ହୋଇଛି ।

ସୂଚନାକ୍ରମେ, ଦିନକୁ ଦିନ ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟଳୟ(ଆରଟିଓ) ଅଫିସ୍‌ରେ ଦଲାଲଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯେଉଁ କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଯାହାକୁ ନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହାପରେ ଏକ ସ୍ୱତନ୍ତ୍ର ଟିମ୍‌ ଯାଇ ଆରଟିଓ କାର୍ଯ୍ୟାଳୟରେ ଚଢାଉ କରିଥିଲେ ।

ଚଢାଉ ସମୟରେ ୪ ଜଣ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଦଲାଲଙ୍କ ନିକଟରୁ ୧୨ଟି ଡିଏଲ, ୭ଟି ଆରସି, ୮ଟି ଏଲଏଲ, ଗାଡ଼ି ସଂକ୍ରାନ୍ତୀୟ ଆର୍ଥିକ ନେଣଦେଣ କାରବାର ନଥିପତ୍ର, ୪ଟି ମୋବାଇଲ ଓ ୪ଟି ବାଇକ ଜବତ କରିଛି ପୋଲିସ । ଏହି  ଘଟଣାରେ ଛତ୍ରପୁର ଥାନାରେ ୭୬୪/୨୦୨୩ ମାମଲା ରୁଜୁ କରିବା ସହ ୪୨୦, ୩୪ ଆଇପିସି ମକଦ୍ଦମା ରୁଜୁ ହୋଇଛି ।

Leave A Reply

Your email address will not be published.